ବହ୍ମପୁର ୩।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ  ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ  । ଗଞ୍ଜାମ ପୋଲିସ ଜିଲ୍ଲାର ୫୨ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଛି । କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ୨୪ ଜଣ ଏବଂ ବାଲିଛାଇ ଆଉଟପୋଷ୍ଟର ୩ ପୋଲିସ କର୍ମଚାରୀ ଓ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ସେହିପରି କବିସୂର୍ଯ୍ୟନଗର ପୋଲିସ ଥାନାକୁ ୨୨ ଜଣ ଏବଂ ବାଲିଛାଇ ଆଉଟପୋଷ୍ଟକୁ ୨ ଜଣ ବଦଳି ହୋଇ ଆସିବେ। ଏ ନେଇ ଗଞ୍ଜାମ ଏସପି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଦନ୍ତରେ ଯେଭଳି ସମସ୍ୟା ନଉପୁଯିବ ତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଏସ୍ପି ହରିଶ୍ ବିଶି ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ HRPCର ୪ ଜଣିଆ ଟିମ୍ ଖୋଳତାଡ଼ ଆରମ୍ଭ କରି ଦେଇଛନ୍ତି । ମଙ୍ଗଳବାର ଠାରୁ ଚାରି ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ତଦନ୍ତ ଆରମ୍ଭ କରିଥିବା ବେଳେ ବୁଧବାର ପୁରୁଷୋତ୍ତମପୁର ଦିଗନ୍ତ ଡାକ ବଙ୍ଗଳାରେ ମୃତ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ କ’ଣ ରହିଛି, ଅଭିଯୋଗରେ କେତେ ସତ୍ୟତା ରହିଛି ତାକୁ ନେଇ ତନାଘନା କରାଯାଉଥିବା ଜଣାପଡିଛି ।

ଆହୁରି ପଢନ୍ତୁ : କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ମଞ୍ଜୁରୀ, ଭିତ୍ତିଭୂମି ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ : ମୁଖ୍ୟମନ୍ତ୍ରୀ