ପାଟଣାଗଡ଼, ୨୩।୭ ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ମଦ ପିଇବା ପାଇଁ ଟଙ୍କା ନଦେବାରୁ ସମ୍ପର୍କୀୟ ଭାଉଜଙ୍କୁ ଗୁଳି କରି ହତ୍ୟା ଉଦ୍ୟମ।ଅବଶ୍ୟ ସୌଭାଗ୍ୟବସତଃ ମହିଳାଙ୍କ ସ୍ୱାମୀ ଓ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଗୁଳିମାଡ଼କୁ ରୋକିବାରେ ସଫଳ ହୋଇଛନ୍ତି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ବର୍ତିଆ ଗ୍ରାମରେ।
ସୂଚନା ମୁତାବକ ବର୍ତିଆ ଗ୍ରାମର ଉଜ୍ୱଳ ନାଗ ମଦପିଇ ଆସିଥିଲେ। ସେହି ଗାଁର ତାଙ୍କର ସମ୍ପର୍କୀୟ ଭାଉଜଙ୍କୁ ମଦପିଇବା ପାଇଁ ଟଙ୍କା ମାଗିଥିଲେ। ମହିଳାଜଣଙ୍କ ଟଙ୍କା ଦେବାପାଇଁ ମନା କରିଥିଲେ। ଏଥିରେ ରାଗିଯାଇ ମହିଳାଙ୍କ ଛାତିରେ ବନ୍ଧୁକ ରଖି ମାରିଦେବା ଉଜ୍ଜ୍ବଳ ଉଦ୍ୟମ କରିଥିଲା। ମହିଳାଙ୍କ ସ୍ୱାମୀ ଓ ଅନ୍ୟଜଣେ ବ୍ୟକ୍ତି ପହଞ୍ଚି ବନ୍ଧୁକ ଛଡାଇ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ମହିଳା ଙ୍କ ସ୍ୱାମୀ ଲାଠୋର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତକରି ଅଭିଯୁକ୍ତ ଉଜ୍ୱଳ ନାଗ କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଆହୁରି ପଢନ୍ତୁ : ବାହୁଡା଼ ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ, ଭକ୍ତଙ୍କ ଭିଡକୁ ଦେଖି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା