କଣ୍ଟାମାଳ ୨୧।୯ : କାଳରାକୋଠା ଠାରୁ ଡ଼ୁମାଲପାଲି ରାସ୍ତାରେ  କଣ୍ଟାମାଳି ପୁଲିସ  ପାଟ୍ରୋଲିଂ ବେଳେ ୫୨୮ କେଜି ଗଞ୍ଜେଇ ସହ  ପିକଅପ ଗାଡି ଜବତ କରିଛି। ତେବେ ପୁଲିସକୁ ଦେଖି ଗଞ୍ଜେଇ ବେପାରୀମାନେ ଫେରାର ହୋଇଯାଇଥିଲେ ।

କଣ୍ଟାମାଳ ପୁଲିସ ର ଏକ ଟିମ୍ କାଳରାକୋଠା ଠାରୁ ଡ଼ୁମାଲପାଲି ରାସ୍ତାରେ ପାଟ୍ରୋଲିଂ  କରୁଥିଲେ। ଏହି ସମୟରେ ଡୁମାଲ ପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଗାଡିରେ ଥିବା ବେପାରୀମାନେ ପୁଲିସକୁ ଦେଖି ଗାଡି ଛାଡି ଫେରାର ମାରିଥିଲେ।ଫଳରେ ଉକ୍ତ ପିକଅପ ଗାଡି ଓ ଗଞ୍ଜେଇକୁ ପୁଲିସ ଜବତ କରିଥିଲା।  କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀଙ୍କ  ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ୫୨୮ କେଜି ଥିବା ଜଣାପଡିଥିଲା।    ଖୁବ୍ ଶିଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କଣ୍ଟାମାଳ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି l