ଭୁବନେଶ୍ଵର, ୩୦/୦୪ : କେନ୍ଦ୍ର ସରକାରଙ୍କ ସଫଳ ପଞ୍ଚାୟତ ତାଲିକା ୨୦୨୩-୨୪ ରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାର କୁଚିଲିମା। ଏହା ସହ ଓଡ଼ିଶାର ୫୫୫ ପଞ୍ଚାୟତ A ଗ୍ରେଡ୍ ରେ ଥିବା ବେଳେ ଓ ୪୦୦୦ ରୁ ଅଧିକ ପଞ୍ଚାୟତ ବି ଗ୍ରେଡରେ ରହିଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ପ୍ରେସମିଟ୍ କରି ନବୀନ ସରକାରଙ୍କ ସମୟରେ ପଞ୍ଚାୟତିରାଜ ସ୍ତରରେ ସଫଳତା ବିଷୟରେ କହିଛନ୍ତି। 

ପ୍ରତାପ ଜେନା କହିଚନ୍ତି ଯେ, ପଞ୍ଚାୟତ ସ୍ତରରେ ହୋଇଥିବା ଉନ୍ନତିରେ ନବୀନ ସରକାରଙ୍କ ହାତ ରହିଛି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକର କୋଚିଲିମା ସର୍ବଭାରତୀୟ ସ୍ତରରେ ୩ୟ ସ୍ଥାନରେ ରହିଛି। ଏହି ଅଞ୍ଚଳରେ ମହିଳା ଶିଶୁ ଅନୁକୂଳ, ସ୍ବଚ୍ଛତା, ବିକାଶ ଏଭଳି ୯ ମାନଦଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ। ସାରା ରାଜ୍ୟରେ ପଞ୍ଚାୟତ ସ୍ତରରେ ସଫଳତା ପାଇଁ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ଓଡ଼ିଶାର ୫୫୫ ପଞ୍ଚାୟତ ୨୦୨୩ -୨୪ ରେ ସଫଳ ପଞ୍ଚାୟତ ତାଲିକାରେ A ଗ୍ରେଡ୍ ତାଲିକାରେ ରହିଛି। ୪୦୦୦ ହଜାରରୁ ଉର୍ଦ୍ଧ୍ଵ ପଞ୍ଚାୟତ B ଗ୍ରେଡ୍ ପାଇଛନ୍ତି। ନବୀନ ସରକାର ସମୟରେ ପଞ୍ଚାୟତର ଉନ୍ନତି ହୋଇଛି। 

ପ୍ରତାପ ଜେନା ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ସବୁ ଓଲଟା। ଆମ ଓଡ଼ିଶା ନବୀନ ଓଡ଼ିଶା ଟଙ୍କା ବ୍ଲକରୁ ଫେରିଗଲା। ନବୀନ ଦେଇଥିବା ଟଙ୍କା ଏ ପର୍ଯ୍ୟନ୍ତ ପଡ଼ି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିଦିଆଗଲା। ୨ ବର୍ଷରେ ପିଇବା ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି।ତେଣୁ ନବୀନ ସରକାର ଅମଳରୁ ପଞ୍ଚାୟତ ପାଇଁ ଥିବା ଟଙ୍କା ଖର୍ଚ୍ଚ କରି ପଞ୍ଚାୟତର ଉନ୍ନତି ସରକାର କରନ୍ତୁ ବୋଲି ବିଜେଡି ଦାବି କରିଛି।

ଏହି ଖବରଟିକୁ ପଢନ୍ତୁପ୍ରଦର୍ଶିତ ହେଉଛି କାର୍ଟୁନ୍‌, ବିବାଦୀୟ ଭିଡିଓ..ଚୌଦ୍ୱାର ପୌରପାଳିକାରେ ଲାଗିଥିବା ଏଲ୍‌ଇଡିରେ ନାହିଁ ସରକାରୀ କାର୍ଯ୍ୟକ୍ରମର ପ୍ରଚାର