ବରଗଡ଼, ୧୫।୨ : କୁର୍ଲା ବ୍ରିଜରୁ ତଳକୁ ଖସିଲା ପିକଅପ । ଏଥିରେ ୬ ଜଣ ଗୁରତର ଆହତ ହୋଇଛନ୍ତି । ବନ୍ଦା ପଞ୍ଚାୟତ ଡ଼ଙ୍ଗଳା ତ୍ରିକାନୀଟିକ୍ରାର ୫ ଜଣ ନାବାଳକ ଏକ ପିକଅପରେ ବସି ଯାଉଥିଲେ। ଏହି ସମୟରେ ଡ୍ରାଇଭର ଭରସାମ୍ୟ ହରାଇଥିବା ବେଳେ ପିକଅପ କୁର୍ଲା ବ୍ରିଜରୁ ତଳକୁ ଖସିଯାଇଥିଲା | ଡ୍ରାଇଭର ସହ ୫ ଜଣ ନାବାଳକ ଗାଡିରେ ଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅନ୍ୟ ୪ ଜଣଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ନିଆଯାଇଛି |