ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକୁମ୍ଭରୁ ଫେରିବା ବେଳେ ବାଟରେ ଛକି ବସିଥିଲା ଯମ; ଜିପ୍-ବସ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୬ ଜୀବନ, ୨ ଆହତ

Published By : Swapna Ray | February 24, 2025 1:48 PM

ଭୋପାଳ, ୨୪।୨: ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ସୋମବାର ସକାଳେ ଏକ ଘରୋଇ ବସ୍‌କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଜିପ୍ । ଦୁର୍ଘଟଣାରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍.ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଶ୍ରଦ୍ଧାଳୁ କର୍ଣ୍ଣାଟକ ବେଲଗଭି ଜିଲ୍ଲାର ଗୋକକ ତଲୁକାର ବୋଲି ଜଣାପଡ଼ିଛି । ଗାଡ଼ିରେ ଥିବା କିଛି ଯାତ୍ରୀ ପ୍ରାୟାଗରାଜକୁ ଧାର୍ମିକ ଯାତ୍ରାରେ ଯାଉଥିଲେ । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନ୍ୟ ଯାତ୍ରୀ ବି ଥିଲେ । ପୋଲିସ କହିବାନୁସାରେ, ମହାକୁମ୍ଭରେ ଯୋଗ ଦେବାକୁ ସମସ୍ତେ ଫେବୃଆରୀ ୧୮ ତାରିଖରେ ଗୋକକରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିଥିଲେ । 

ଜବଲପୁର ଜିଲ୍ଲାପାଳ ଦୀପକ ସକ୍ସେନାଙ୍କ କହିବାନୁସାରେ, ଜିପ୍‌ଟି ପ୍ରୟାଗରାଜରୁ ଫେରୁଥିବା ବେଳେ ଖିତୌଲା ଥାନା ଅନ୍ତର୍ଗତ ପହରଭା ଗାଁ ସିହୋରା ତହସିଲ୍ ନିକଟରେ ୭ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଜିପ୍ ଚାଳକ ଭାରସାମ୍ୟ ହରାଇ ଗାଡ଼ିଟିକୁ ରୋଡ୍ ଡିଭାଇଡର ପାଖରେ ଥିବା ଏକ ଗଛଟିକୁ ପିଟିଥଲା । ପରେ ଜାତୀୟ ରାଜପଥ ଡେଇଁ ବିପରୀତ ପଟୁ ଆସୁଥିବା ଏକ ବସ୍‌କୁ ପିଟିଥିଲା । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣକ ନିଜ ଗାଡ଼ି ସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । 

ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଆହତଙ୍କର ଜବଲପୁର ମେଡିକାଲ କଲେଜରେ ପ୍ରାଥମିକ ଚିକିତ୍ସା ଚାଲିଛି । ତେବେ ଜିଲ୍ଲାପାଳ ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ କହିବାନୁସାରେ, ଘଟଣାରେ ଚିହ୍ନଟ କରାଯାଇଥିବା ମୃତକମାନେ ହେଲେ ବସଭରାଜ କୁରନି, ବସଭରାଜ ଦୋଦାମଣି, ଏରାନା ସେବିନକଟ୍ଟି ଓ ବିରୁପାକ୍ଷ ଗୁମତି ବୋଲି ଜଣାପଡ଼ିଛି । ଆହତ ହୋଇଥିବା ଦୁଇଜଣ ନୁସତାକ ଓ ସଦାଶିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଗତ ଫେବୃଆରୀ ୧୧ ତାରିଖରେ ୭ ନଂ ଜାତୀୟ ରାଜପଥରେ ଏକ ଟ୍ରାଭେଲର-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଗାଡ଼ିରେ ଥିବା ଆନ୍ଧ୍ରପ୍ରଦେଶରେ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଗତ ୧୦ ଦିନ ଭିତରେ ୯ ପୃଥକ୍ ପୃଥକ୍ ଦୁର୍ଘଟଣାରେ ମୋଟ୍ ୨୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍.ୁ ହୋଇଥିବା ଜଣାପଡ଼ିଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.