ପ୍ରମୂଖ ଖବର
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Published By : Harapriya Sethi | November 22, 2024 8:12 AM

ଲମତାପୁଟ,୨୨/୧୧: ପାଡୁଆ ପୋଲିସର ସଫଳତା । ୬୦ କେଜି ଗଞ୍ଜେଇ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣକ ପାଡୁଆ ଥାନା ଅଧୀନ ମୂଲଡ଼ା ଗ୍ରାମର ବୋଲି ଜଣାପଡ଼ିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ପାଡୁଆ ପୋଲିସ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକ ଠିଆ ହୋଇ ଥିବାର ଦେଖିଥିଲେ । ଏହା ଦେଖି ତାଙ୍କର ସନ୍ଦେହ ହୋଇଥିଲା । ସନ୍ଦେହ ହେବାରୁ ଯୁବକଙ୍କ ନିକଟରେ ପହଞ୍ଚି ଥିଲା ପୋଲିସ । ପୋଲିସ ଆସିବାର ଦେଖି ଯୁବକ ଜଣକ ଦୌଡ଼ିବାରେ ଲାଗିଥିଲା । ଉକ୍ତ ଯୁବକକୁ ପୋଲିସ ଗୋଡ଼ାଇବାରୁ ଯୁବକ ଜଣକ ଏକ ନିଛାଟିଆ ସ୍ଥାନରେ ରହିଥିଲା । ଏହା ଦେଖି ପୋଲିସ ସେହି ସ୍ଥାନକୁ ଯାଞ୍ଚ କରିବାରୁ ତିନିଟି ଜରି ବସ୍ତାରେ ଗଚ୍ଛିତ ଥିବା ଗଞ୍ଜେଇ ଥିଲା । ଉକ୍ତ ଗଞ୍ଜେଇକୁ ଜବତ କରି ଓଜନ କରିବାରୁ ୬୦ କେଜି ଗଞ୍ଜେଇ ଥିବାର ଜଣାପଡ଼ିଛି । ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଗଞ୍ଜେଇ ଓଡ଼ିଶା ଏବଂ ଆନ୍ଧ୍ର ସୀମାନ୍ତ ମୂଚିମପୁଟ ଅଞ୍ଚଳରୁ କିଛି ଅଚିହ୍ନା ବ୍ୟକ୍ତିଙ୍କ ଠାରୁ କିଣି ଟ୍ରେନ ଯୋଗେ ବିଶାଖାପାଟଣାକୁ ଚୋରା ଚାଲାଣ ପାଇଁ ତିଆରି କରୁଥିବା ଉକ୍ତ ଯୁବକ ଜଣକ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.