ବେରୁତ : ମିଡିଲ ଇଷ୍ଟରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ଦକ୍ଷିଣ ଲେବାନନରେ ନିଯୁକ୍ତ ଜାତିସଂଘ ଶାନ୍ତି ସେନାର ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ଇସ୍ରାଏଲ ଲେବାନନରେ ହିଜବୁଲ୍ଲାର ଠିକଣାକୁ ଲଗାତାର ଟାର୍ଗେଟ୍‌ କରୁଛି। ଗତ ଦିନରେ ଜାତିସଂଘ ଶାନ୍ତି ସୈନିକ ମଧ୍ୟ ଇସ୍ରାଏଲର ଗୁଳିମାଡ଼ର ଶିକାର ହୋଇଥିଲେ। 

୬୦୦ ଭାରତୀୟ ସୈନିକ ଲେବାନନରେ ଜାତିସଂଘ ଶାନ୍ତି ମିଶନର ସଦସ୍ୟ ଅଛନ୍ତି ଏବଂ ଇସ୍ରାଏଲ-ଲେବାନନ ସୀମାରେ ୧୨୦ କିଲୋମିଟର ଦୂରତାର ବ୍ଲୁ ଲାଇନ୍‌ରେ ମୁତୟନ ରହିଛନ୍ତି। ଉକ୍ତ କ୍ଷେତ୍ରରେ ଦ୍ରୁତ ଗତିରେ ବଢୁଥିବା ଉତ୍ତେଜନା ଓ ହମଲା ମଧ୍ୟରେ ଭାରତ ଏହି ସୈନିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ।

ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛି, ଆମେ ବ୍ଲୁ ଲାଇନ୍‌ରେ ଦୁର୍ବଳ ସୁରକ୍ଷା ସ୍ଥିତିକୁ ନେଇ ଚିନ୍ତିତ। ଆମେ ଏହି ସ୍ଥିତି ଉପରେ ଅତି ନିକଟରୁ ନଜର ରଖିଛୁ। ଜାତିସଂଘ ପରିସରକୁ ସମସ୍ତଙ୍କୁ ସମ୍ମାନ କରିବା ଉଚିତ୍‌ ଏବଂ ଜାତିସଂଘ ଶାନ୍ତି ସୈନିକଙ୍କ ସୁରକ୍ଷା ସ୍ପଷ୍ଟ କରିବା ପାଇଁ ଉଚିତ୍ ପଦକ୍ଷେପ ଉଠାଯିବ ଉଚିତ୍‌। 

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ବୟାନ ଜାତିସଂଘ ଟିପ୍ପଣୀର ଗୋଟିଏ ଦିନ ପରେ ଆସିଛି ଯେ, ଲେବାନନରେ ଜାତିସଂଘ ଅନ୍ତରୀଣ ଫୋର୍ସ ( ୟୁଏନଆଇଏଫଆଇଏଲ)ର ନକୌରା ମୁଖ୍ୟାଳୟ ଓ ନିକଟସ୍ଥ ସ୍ଥାନରେ ଇସ୍ରାଏଲୀୟ ଫୋର୍ସ ଦ୍ୱାରା ବାରମ୍ୱାର ହମଲା କରାଯାଇଛି। ଆଜି ସକାଳେ , ଦୁଇ ଜଣ ଶାନ୍ତି ସୈନିକ ଆହତ ହୋଇଛନ୍ତି। ଜାତି ସଂଘ କହିଛି , ସୌଭାଗ୍ୟବଶତଃ ଏହି ଥର ଆଘାତ ଗୁରୁତର ହୋଇନାହିଁ। କିନ୍ତୁ ସେମାନେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଭାରତୀୟ ସୈନିକ ୟୁଏନଆଇଏଫଆଇଏଲର ଅଂଶବିଶେଷ। ଏଥିରେ ଆସାମ ରେଜିମେଣ୍ଟର ସୈନିକ, ଇଞ୍ଜିନିୟର, ଏଏମସି ଓ ଅନ୍ୟ ସୈନିକ ସାମିଲ ଅଛନ୍ତି। କ୍ଷେତ୍ରରେ ଉତ୍ତେଜନା ବଢିବା ଦ୍ୱାରା ଅନେକ ସପ୍ତାହ ପୂର୍ବରୁ ହିଁ ଭାରତୀୟ ସେନା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ସୂତ୍ର ଆଜତକ୍‌କୁ କହିଛି କି, ଭାରତୀୟ ସେନା ନିଜ ସୈନିକଙ୍କ ଫେରିବା ଉପରେ ଏକତରଫା ନିଷ୍ପତ୍ତି ନେଇ ପାରିବ ନାହିଁ , ଯାହାକି ଜାତିସଂଘ ସେନାର ସଦସ୍ୟ , କିନ୍ତୁ ସେନା ନିଜର ସୈନିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତିସଂଘ ସହ ସଂପର୍କରେ ରହିଛି। 

କହି ରଖୁଛୁ କି , ଇସ୍ରାଏଲ ଓ ଲେବାନନ ମଧ୍ୟରେ ୧୨୦ କିମି ଲମ୍ୱର ସୀମା ଅଛି, ଯାହାକୁ ବ୍ଲୁ ଲାଇନ୍‌ ମଧ୍ୟ କୁହାଯାଏ । ଆଇଡିଏଫ୍‌ ଦ୍ୱାରା ଲେବାନନରେ ଗ୍ରାଉଣ୍ଡ ଅଭିଯାନ ଆରମ୍ଭ କରିବା ପରେ ଲଗାତାର ଉତ୍ତେଜନା ବଢିବାରେ ଲାଗିଛି।