ଭଞ୍ଜନଗର, ୭।୪ : ଏକ ଚୋରି ମାମଲାର ତଦନ୍ତ କରି ଭଞ୍ଜନଗର ପୋଲିସ ହାତରେ ଏକ ଚୋର ଗ୍ୟାଙ୍ଗ ଧରାପଡିଛନ୍ତି। ୪ ଜଣଙ୍କୁ ପୁଲିସ ଗିରଫ କରିଛି। ୬୬ ଗ୍ରାମ ସୁନା ଅଳଙ୍କାର ସହ ୨ କେଜିରୁ ଅଧିକ ରୁପା ଜବତ କରିଛି l
ଗତ କିଛି ଦିନ ଧରି ଏହି ଅନ୍ତଃ ରାଜ୍ୟ ସିନ୍ଧୁ ଚୋର ଗ୍ୟାଙ୍କ ଭଞ୍ଜନଗର, ତାରାସିଂଙ୍ଗ, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା ଆଦି ଥାନା ଇଲାକାରେ ସକ୍ରିୟ ରହି ଥିଲେ l ତେଣୁ ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ଭଞ୍ଜନଗର ଆଇଆଇସିଙ୍କ ନେତୃତ୍ୟୁରେ ଏକ ସତନ୍ତ୍ର ଟିମ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ସେମାନଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ୫ଟି ମୋବାଇଲ ସହିତ ୬୬ଗ୍ରାମ ର ବିଭିନ୍ନ ସୁନା ଅଳଙ୍କାର ଓ ୨ କେଜି ରୁପା ଅଳଙ୍କାର ଜବତ କରାଯାଇଛି l ଏହି ଗ୍ୟାଙ୍କ ର ବିଭିନ୍ନ ଅନ୍ତଃ ରାଜ୍ୟ ଗ୍ୟାଙ୍କ ସହିତ ସମ୍ପର୍କ ରହି ଥିବାରୁ ଆଗକୁ ତଦନ୍ତ କରି ଅନ୍ୟ ଅଳଙ୍କାର ର ମଧ୍ୟ ଜବତ କରାଯିବ ବୋଲି ସାମ୍ବାଦିକ ସମିଳନୀ ରେ ଭଞ୍ଜନଗର sdpo ଦୀପକ ମିଶ୍ର ସୂଚନା ଦେଇଛନ୍ତି l
ଆହୁରି ପଢନ୍ତୁ : ଅଟୋକୁ ଧକ୍କା ଦେଲା ଟ୍ରକ : ବାପା-ପୁଅ ମୃତ, ମା’ ଗୁରୁତର