କରଞ୍ଜିଆ, ୭।୪ : ଅଟୋକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ବାପା ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ହୋଇଛି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ। ମୃତକ ହେଲେ ପିତା ଗାନସା କିସ୍କୁ ଓ ନାବାଳକ ପୁଅ ରାମରାଜ କିସ୍କୁ ।

କରଞ୍ଜିଆ ମେଡିକାଲରେ ଗାନସା ନିଜ ପୁଅକୁ ଡାକ୍ତରଙ୍କୁ ଦେଖାଇ ଅଟୋରେ ନିଜ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗ୍ରାମକୁ ଯାଉଥିଲେ। କାଳିକାପୁର ନିକଟରେ ଅଟୋକୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅଟୋ ଡ୍ରାଇଭର ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢନ୍ତୁ : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା : ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନଙ୍କୁ ନିର୍ଦ୍ଦେଶ