ଭୋଗରାଇ , ୧୩।୬ ;  ଭୋଗରାଇରେ କାଳବୈଶାଖୀ  ତାଣ୍ଡବ । ଅଚାନକ ମାଡ଼ି ଆସିଲା ପ୍ରବଳ  ବର୍ଷା ଓ ପବନ । କାଳବୈଶାଖୀ ପ୍ରଭାବରେ  ଭୋଗରାଇ ଗ୍ରାମୀଣ ବିକାଶ ଉତ୍ସବ ଟେଣ୍ଟ ଭାଙ୍ଗିଲା । ଏପରିକି ପବନରେ ଉଡିଥିଲା ଚେୟାର।  ଫଳରେ ଅଧାରୁ ବନ୍ଦ ହୋଇଥିଲା  ଉଦଘାଟନ ଉତ୍ସବ ।

ଦିନ ସାରା  ଅସହ୍ୟ ଗୁଳି ଗୁଳିରେ ଲୋକେ ହନ୍ତସନ୍ତ ହେଉଥିଲେ।  ସନ୍ଧ୍ୟାରେ ପାଗର ମିଜାଜ ବଦଳିଯାଇଥିଲା। ଅଚାନକ ମାଡି ଆସିଲା କାଳବୈଶାଖୀ । ପ୍ରବଳ ଜୋରରେ ପବନ  ହେବା ସହ ବର୍ଷା ହୋଇଥିଲା। ଏହା ଭିତରେ ଭୋଗରାଇ ଥାନା ଛକରେ ହେଲିପେଡ ପଡ଼ିଆରେ ଆରମ୍ଭ ହୋଇଥିଲା ଗ୍ରାମୀଣ ବିକାଶ ଉତ୍ସବ । ପ୍ରବଳ ବର୍ଷା ଓ ପବନ ପ୍ରଭାବରେ ଅଧାରୁ ବନ୍ଦ ହୋଇଥିଲା  ଉଦ୍ଘାଟନି ଉତ୍ସବ । ପ୍ରବଳ ପବନରେ ଚେୟାର  ଉଡିବା ସହିତ ଟେଣ୍ଟ ଭାଙ୍ଗିଯାଇଥିଲା।

​​​​​​​ଆହୁରି ପଢନ୍ତୁ : ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସଆଇ