ଭୁବନେଶ୍ବର, ୩।୧୦ : ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ ବାଘ। ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟରୁ ଏହା ଜଣାପଡିଛି। 

ତେବେ ନ୍ୟାସନାଲ ଟାଇଗଲ କନଜରଭେସନ ଅଥୋରିଟି  (ଏନଟିସିଏ ) ପକ୍ଷରୁ ଫେବ୍ରୁଆରୀ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ରେ ରାଜ୍ୟରେ ୫୬୮ କଲରାପତରିଆ ବାଘ ଥିଲେ । ୨୦୧୮ରେ ଏହି ସଂଖ୍ୟା ୭୬୦ ଥିଲା ।  ବାଘ ସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟ ପରେ  ବନ ବିଭାଗ  କଲରାପତରିଆ ଗଣନା ପାଇଁ ନିଷ୍ପତ୍ତି ନେଇଥିଲା  । ଆଉ ଏଥିପାଇଁ ବନ ବିଭାଗ  ୨୮୪ ଟି ଫଟୋ କ୍ୟାପଚର କରି ହିସାବ କରିଛି।   ବାଘ ଗଣନା ପାଇଁ  ସ୍ଵତନ୍ତ୍ର ଭାବେ କ୍ୟାମେରା  ଜଙ୍ଗଲରେ ଲଗାଯାଇଥିଲା। ଫଟୋ କ୍ୟାପଚର,ପାଦ ଚିହ୍ନ ଏସବୁକୁ ଦେଖିକି ବାଘ ସଂଖ୍ୟା ହିସାବ କରାଯାଇଛି।