ଲମତାପୁଟ,୨୦/୧୧: ଜାଡରେ ଥରୁଛି ଲମତାପୁଟ ବ୍ଲକ । ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି ପାରଦ । ୭ ଡିଗ୍ରୀ ତଳକୁ ଖସିଲା ପାରଦ । ଏଥର ଡେରିରେ ଆରମ୍ଭ ହୋଛି ଶୀତ କିନ୍ତୁ ଭାରି ଜାଡ଼ । ଏହି କାରଣରୁ ଉପାନ୍ତ ଅଞ୍ଚଳରେ ବୟସ୍କ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ ଉପାନ୍ତ ଅଞ୍ଚଳ ଗୁଡିକରେ ଶୀତକୁ ନିଆରା ଢଙ୍ଗରେ ସ୍ୱାଗତ କରୁଛନ୍ତି ଲୋକେ l ଗାଁ ମଝିରେ ନିଆଁ ଲଗାଇ ପିଲାରୁ ବୁଢା ପର୍ଯ୍ୟନ୍ତ ଏକାଠି ହୋଇ ପାରମ୍ପରିକ ଢେମେସା ନାଚରେ ନିଜକୁ ହଜାଇ ଦେଉଛନ୍ତି ।
ସକାଳୁ ୧୦ ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖି ଥିବା ହେତୁ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଛି । ୧୦ ମିଟର ପର୍ଯ୍ୟନ୍ତ କିଛି ଦେଖା ଯାଉନି l ଗାଡି ମଟର ଦିନରେ ବି ଲାଇଟ୍ ଲଗାଇ ଯାତାୟାତ କରୁଛନ୍ତି । ଘନ କୁହୁଡି କାରଣରୁ ରାସ୍ତା ଦେଖାଯାଉ ନଥିବାରୁ ଗାଡି ମଟର ଚଳାଚଳରେ ଅସୁବିଧା ଦେଖା ଦେଉଛି । ଅନ୍ୟପକ୍ଷରେ କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟ ବ୍ଲକରେ ଶୀତ ଧୀରେ ଧୀରେ ବଢିବା ଲାଗିଛି । ସନ୍ଧ୍ୟା ୭ଟାରେ ମୁଖ୍ୟ ବଜାର ଜନଶୂନ୍ୟ ହୋଇଯାଉଛି । ନିଆଁ ଲଗାଇ ଶୀତ ଛଡାଉଛନ୍ତି ଅଞ୍ଚଳବାସୀ । ଶୀତ ବଡିବା ସଙ୍ଗେ ସଙ୍ଗେ ସକାଳୁ ସକାଳୁ ଶୀତୁଆ ଓଠକୁ ଗରମ ଚା'ର ମଜା ନେବା ପାଇଁ ଚା ଦୋକାନ ଗୁଡିକରେ ଭିଡ଼ ଜମୁଛି l ଶୀତ ବଡିବା ସହ ପର୍ଯ୍ୟକଙ୍କ ସୁଅ ଚୁଟିବା ଆରମ୍ଭ ହୋଇଯାଇଛି ।