ବଲାଙ୍ଗୀର,୨୮।୮ : ନୁଆଁଖାଇ ଦିନ ଅଘଟଣ ଜାତୀୟ ରାଜପଥ ରେ ଦୁର୍ଘଟଣା।  ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ  ୭ ଜଣ ଗୁରୁତର ହୋଇଛନ୍ତି। ।  ଗୁରୁତର ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି।

ଗୋଟିଏ କାର ବଲାଙ୍ଗୀର ପଟରୁ ଆସୁଥିବା ବେଳେ ଅନ୍ୟଟି  ସମ୍ବଲପୁର ପଟରୁ ଆସୁଥିବା  ବେଳେ ୨ କାର ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୭ ଜଣ ଗୁରୁତର ହୋଇଥିଲେ  । ଏଥିରେ ଅଗଲପୁର ଥାନା ଅନ୍ତର୍ଗତ ରୋତ ଗ୍ରାମର ମଣ୍ଟୁ ପଟେଲ , ସବିତା ପଟେଲ, ନିଲମ ପଟେଲ, ସରୋଜ ପଟେଲ ଗୁରୁତର ହୋଇଥିଲେ। ଅନ୍ୟ ଏକ ଗାଡିରେ ଥିବା ଲୋକଙ୍କ ପରିଚୟ ମିଳିପାରି ନାହିଁ। ରୋଗୀଙ୍କୁ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ  କାରଟି ଆଣିକି ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।