ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ

Published By : Harapriya Sethi | December 12, 2024 1:40 PM

ସୁନ୍ଦରଗଡ଼,୧୨/୧୨: ମିଶନ ରୋଡ ନିକଟ ଅଞ୍ଚଳରେ ଜଣକ ଘରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଏକ ଗୋଷ୍ଠୀର ଲୋକେ । ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଧୁମ ଛେଚିଲେ । ହାତ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଲେ । ମାନବ ଅଧିକାର ଖୋଲା ଉଲଙ୍ଘନର ଏ ଦୃଶ୍ୟ ସହରରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଟାଉନ ଥାନା ପୋଲିସ ୫ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଅଟକ ରଖିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।  

ସୂଚନା ମୁତାବକ, ଟାଉନ ଥାନା ମିଶନ ରୋଡ ନିକଟ ଅଞ୍ଚଳରେ ଜଣକ ଘରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିଲେ କିଛି ବଙ୍ଗୀୟ ମିସ୍ତ୍ରୀ । ଏନେଇ ଅଭିଯୋଗ ହେବା ପରେ ତାତିଲେ ଏକ ଗୋଷ୍ଠୀର ଲୋକେ । ଅଭିଯୁକ୍ତ ସହିତ ସେହି ଅଞ୍ଚଳରେ କାମ କରୁଥିବା ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ପିଟିଲେ । ଏହା ପରେ ତାଙ୍କ ହାତ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚିଥିଲା । ଟାଉନ ଥାନା ପୋଲିସ ଭିଡ଼ ଭିତରୁ ମିସ୍ତ୍ରୀ ମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସକୁ ବି ଠେଲାପେଲା କଲେ ଲୋକେ । କେବଳ ସେତିକି ନୁହେଁ, ଫଟୋ ଏବଂ ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଧମକ ଦେଲେ । ମାନବ ଅଧିକାରର ଖୋଲା ଉଲଙ୍ଘନର ଏ ଦୃଶ୍ୟ ସହରରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଟାଉନ ଥାନା ପୋଲିସ ୫ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଅଟକ ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.