ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଏକ ଟ୍ୟାଙ୍କର୍ ଏବଂ ବସ୍ ଧକ୍କାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ଟ୍ୟାଙ୍କରଟି ଏକ୍ସପ୍ରେସୱେରେ ପାଣି ଛିଞ୍ଚିବାକୁ ଯାଉଥିଲା । ଏକ ଦ୍ରୁତ ଗତିରେ ଆସୁଥିବା ବସ୍ ଏହି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା । ଟ୍ୟାଙ୍କର୍ ସହିତ ଧକ୍କା ହେବା ପରେ ବସ୍ ଓଲଟି ପଡିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ବସ୍ ଭିତରୁ ଲୋକଙ୍କୁ ବାହାର କରିଥିଲେ। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ଏହି ଦୁର୍ଘଟଣା ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ କନୌଜ ଜିଲ୍ଲାରେ ଘଟିଛି । ଶୁକ୍ରବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ବସ୍ରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ରୁ ଅଧିକ ଲୋକ ଆହତ ହୋଇଛନ୍ତି । କୁହାଯାଉଛି ଯେ ବସ୍ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲା । କୁହାଯାଉଛି ଯେ ବସ୍ ଡ୍ରାଇଭର ଶୋଇପଡିବା କାରଣରୁ ଏହି ଦୁଃଖଦ ଦୁର୍ଘଟଣା ଘଟିଛି।