ନୂଆଦିଲ୍ଲୀ,୧୦/୦୫; ଆଉ କିଛି ମିନିଟର ଅପେକ୍ଷା । ୧୦ଟାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ । ଆଜିଠୁ ତାମିଲନାଡୁରେ ବିଜୟ ସରକାର ଆରମ୍ଭ ହେବ । ଟିଭିକେ ମୁଖ୍ୟଙ୍କ ସହ କିଏ ନେବେ ଶପଥ ? ସାମ୍ନାକୁ ଆସିଲା ଲିଷ୍ଟ । ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ସି. ଜୋସେଫ ବିଜୟ ତାମିଲନାଡୁ ରାଜ୍ୟ ପାଇଁ ମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପାଇଁ ୯ଜଣଙ୍କ ନାମ ସୁପାରିଶ୍ କରିଛନ୍ତି । ଟିଭିକେ ମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସି. ଜୋସେଫ ବିଜୟଙ୍କ ଶପଥ ଗ୍ରହଣ ସମାରୋହ ପାଇଁ କଂଗ୍ରେସ ବିଧାୟକମାନେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଛନ୍ତି । ସମସ୍ତ ୫ ଜଣ କଂଗ୍ରେସ ବିଧାୟକ ସରକାର ଗଠନରେ ଟିଭିକେକୁ ସମର୍ଥନ କରିଥିଲେ ।​​​​​​​ ବିଜୟଙ୍କ ସହ ଶପଥ ନେବାକୁ ଥିବା ୯ ଜଣ ହେଲେ, ଏନ୍ ଆନନ୍ଦ, ଅଦଭ ଅର୍ଜୁନ, କେ.ଜି ଅରୁନରାଜ, କେ.ଏ ସେଙ୍ଗୋଟାଇୟାନ୍, ପି. ଭେଙ୍କଟରମନନ୍ , ଆର. ନିର୍ମଳକୁମାର, ରାଜମୋହନ,ଟି.କେ ପ୍ରଭୁ, ସେଲଭି ଏସ୍. କୀର୍ତ୍ତନା ।