ନୂଆଦିଲ୍ଲୀ,୧୦/୦୫; ତାମିଲନାଡୁରେ ସଂଖ୍ୟା ଖେଳକୁ ନେଇ ଜାରି ସସପେନ୍ସ ଓଭର ହୋଇଛି । ଆଜିଠୁ ତାମିନାଡୁରେ 'ବିଜୟ ସରକାର' । ଆଉ ଘଣ୍ଟାଏ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ଥାଲାପତି ବିଜୟ । ଚେନ୍ନାଇର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ନୂଆ ସରକାରର ଶପଥ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ । ଆରମ୍ଭ ହେବ ବିଜୟ ରାଜ୍ । ଏହାକୁ ନେଇ ରାଜ୍ୟବ୍ୟାପୀ ଟିଭିକେ କର୍ମୀଠୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଅଭିନେତାରୁ ନେତା ବନିଥିବା ବିଜୟ ପ୍ରଥମ ସୁଯୋଗରେ ହିଁ ବିପୁଳ ଜନାଦେଶ ସାଉଁଟିବାରେ ସଫଳ ହୋଇଛନ୍ତି । ଏହାରି ଭିତରେ ବିଜୟଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ରିପୋର୍ଟ ଅନୁସାରେ ବିଜୟ ୨୦୦୯ରେ କଂଗ୍ରେସ ଦଳରେ ଯୋଗ ଦେବାକୁ ଆଗ୍ରହୀ ଥିଲେ କିନ୍ତୁ ରାହୁଲ ଗାନ୍ଧୀଙ୍କ ସର୍ତ୍ତ ଯୋଗୁଁ ତାଙ୍କ ଇଚ୍ଛା ଅଧାରେ ରହିଥିଲା ।

୨୦୦୯ ମସିହାର ଫ୍ଲାସବ୍ୟାକ୍: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସମ୍ପର୍କ ୧୭ ବର୍ଷ ପୁରୁଣା । ଯାହା ତାମିଲନାଡୁରେ ବିଜୟଙ୍କ ସରକରା ଗଠନରେ 'ଫେବିକଲ୍' ପରି କାମ ଦେଇଛି । ସରକାର ଗଢ଼ିବାକୁ ନେଇ ରାଜ୍ୟ ରାଜନୀତି ନାଟକୀୟ ମୋଡ଼ରେ ଥିବାବେଳେ ଟିଭିକେକୁ ଆଗରୁ କଂଗ୍ରେସର (୫) ସମର୍ଥନ ମିଳିଥିଲା । ୨୦୦୯ ମସିହାରେ ଯେତେବେଳେ କେନ୍ଦ୍ରରେ ୟୁପିଏ-୨ ସରକାର ଗଠନ ହୋଇଥିଲା, ବିଜୟ ତାଙ୍କ ବାପା ଏସଏ ଚନ୍ଦ୍ରଶେଖର ଏବଂ ତତ୍କାଳୀନ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ଗୋପୀନାଥ ପଲାନିଅପ୍ପନଙ୍କ ସହିତ ଦିଲ୍ଲୀ ଆସିଥିଲେ । ବିଜୟଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ନୁହେଁ ସେ କେବଳ ଅଖିଳ ଭାରତୀ କଂଗ୍ରେସ କମିଟିର ସଦସ୍ୟ ହେବାକୁ ଚାହୁଁଥିଲେ । ସେହି ସମୟରେ ରାହୁଲ ଗାନ୍ଧୀ ଯୁବ କଂଗ୍ରେସ ଏବଂ ଏନଏସୟୁଆକୁ ପୁନଃଗଠନ କରିବାକୁ ବ୍ୟସ୍ତ ଥିଲେ । ସେ ବିଜୟଙ୍କୁ ସିଧାସଳଖ ସଦସ୍ୟ ହେବା ପରିବର୍ତ୍ତେ ଯୁବ କଂଗ୍ରେସ ନିର୍ବାଚନ ଲଢି ନିଜକୁ ପ୍ରମାଣିତ କରିବାକୁ ପରାମର୍ଶ ଦେଇଥିଲେ । ଯୁବ ଏବଂ ସଫଳ ଚଳଚ୍ଚିତ୍ର ତାରକା, ବିଜୟଙ୍କୁ ଏହି ପ୍ରସ୍ତାବ ପସନ୍ଦ ଆସି ନଥିଲା ଏବଂ ସେ ଚେନ୍ନାଇ ଫେସି ଆସିଥିଲେ । ସେବେ ବିଜୟ ମାତ୍ର ୩୪ ବର୍ଷର ଥିଲେ । ସେ ତାଙ୍କର ୫୦ ତମ ଚଳଚ୍ଚିତ୍ର ନିକଟତର ଥିଲେ ।  

​​​​​​​

ଡିଏମକେର କଥିତ ଚାପ- କୁହାଯାଏ କି, କଂଗ୍ରେସର ସହଯୋଗୀ ଡିଏମକେ ମଧ୍ୟ ବିଜୟଙ୍କୁ ଦଳରେ ଯୋଗଦେବା ସପକ୍ଷରେ ନଥିଲା । ଏହି ବାବଦର ପରିଣାମ କଂଗ୍ରେସ ଜଣେ ପ୍ରମୁଖ ସୁପରଷ୍ଟାରଙ୍କୁ ହରାଇଲା । ତଥାପି ରାହୁଲ ଗାନ୍ଧୀ ନିକଟରେ ଲୋକମାନେ କୁହନ୍ତି ଯେ, ଏହା ପରେ ଦୁଇ ନେତା ସମୟ ସମୟରେ ଯୋଗାଯୋଗରେ ରହିଥିଲେ । ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସହଯୋଗ ବ୍ୟଙ୍ଗ କରି କହିଛନ୍ତି, ୨୦୦୯ ମସିହାରେ ବିଜୟ ଆମ ସହିତ ଯୋଗ ନ ଦେବା ତାଙ୍କ ପାଇଁ ଭଲ ଥିଲା । ଯଦି ସେ ସେବେ ଯୋଗ ଦେଇଥାନ୍ତେ, ତେବେ ଆଜି ସେ ଯେଉଁଠାରେ ଅଛନ୍ତି ସେଠାରେ ନୁହେଁ ବରଂ ଦଳ ଭିତରେ ହଜି ଯାଇଥାନ୍ତେ ।

​​​​​​​

ପୁରୁଣା ଫଟୋ ଭାଇରାଲ...କଂଗ୍ରେସ ନେତା ରାଗିଣୀ ନାୟକ ୨୦୦୯ ମସିହାର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବିଜୟ ସାଂସଦ ହିବି ଏଡେନ ଏବଂ ଗୋପୀନାଥ ପଲାନିଆପ୍ପନଙ୍କ ସହ ଛିଡା ହୋଇଛନ୍ତି । ଏହି ଫଟୋ ସେୟାର କରି ସେ  କଂଗ୍ରେସ ଏବଂ ବିଜୟ ମେଣ୍ଟ ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଜବାବ ଦେଇଛନ୍ତି । ସେ ଲେଖିଛନ୍ତି ଯେ ବିଜୟ ଏବଂ କଂଗ୍ରେସ ଦଳର ସମ୍ପର୍କ ୧୨-୧୩ ବର୍ଷ ପୁରୁଣା ।

ଏହା ବି ପଢନ୍ତୁ...ଭେଟ୍ରିରୁ ଜନନାୟକ…ଜାଣନ୍ତୁ କେମିତି ଥିଲା ଥଲାପତିଙ୍କ ‘ବିଜୟ ଯାତ୍ରା’  

ସମ୍ପର୍କ ଭାଙ୍ଗିନି...ଯଦିଓ ବିଜୟ ସେତେବେଳେ କଂଗ୍ରେସରେ ଯୋଗ ଦେଇ ନଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ଏହି ବ୍ୟକ୍ତିଗତ ସମ୍ପର୍କ କେବେ ଭାଙ୍ଗି ନଥିଲା । ସେମାନେ ଗତ ୧୭ ବର୍ଷ ଧରି ନିରନ୍ତର ଯୋଗାଯୋଗରେ ରହିଥିଲେ । ଯେତେବେଳେ ବିଜୟ ୨୦୨୪ ମସିହାରେ ଆନୁଷ୍ଠାନିକ ଭାବରେ ତାଙ୍କର ରାଜନୈତିକ ଦଳ, ଟିଭିକେ ଆରମ୍ଭ କରିଥିଲେ, ରାହୁଲ ଗାନ୍ଧୀ ତୁରନ୍ତ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଫୋନ୍ କରିଥିଲେ । ବିଜୟ ଗତ ବର୍ଷ ତାଙ୍କ ଜନ୍ମଦିନରେ ରାହୁଲ ଗାନ୍ଧୀଙ୍କୁ ଫୋନ୍ କରି ଶୁଭକାମନା ଜଣାଇଥିଲେ । କୁରୁର ଦଳାଚକଟା ପରେ ଉଭୟ ନିକଟରେ କଥା ହୋଇଥିଲେ, ଏବଂ ବର୍ତ୍ତମାନ, ତାମିଲନାଡୁ ନିର୍ବାଚନରେ ଟିଭିକେର ପ୍ରଭାବଶାଳୀ ପ୍ରଦର୍ଶନ ପରେ, ରାହୁଲ ଗାନ୍ଧୀ ପ୍ରଥମେ ବିଜୟଙ୍କୁ ଫୋନ୍ କରିଥିଲେ ।

ଏହା ବି ପଢନ୍ତୁ...Tamil Nadu CM Thalapathy: ତାମିଲନାଡୁରେ ଆଜିଠୁ ବିଜୟ ରାଜ, ସକାଳ ୧୦ଟାରେ ଶପଥ ନେବେ ଥଲାପତି,୧୩ରେ ବହୁମତ ପ୍ରମାଣ