ସାହାଜପାଲ, ୧।୨ : ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନା ଆନ୍ତର୍ଗତ ରଙ୍ଗାମାଟିଆ ଜଙ୍ଗଲ ପାଖ- ରଙ୍ଗାମାଟିଆ ରାସ୍ତାରେ ଗୁରୁବାର ରାତିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଚଢାଉ କରି ୮୦ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମୁଣ୍ଡିପଦର ଗ୍ରାମର ଭୁଲକୁ ଦନାୟକ ।
ଗଞ୍ଜେଇ ବେପାର କରୁଥିବା ଅଭିଯୁକ୍ତ ମାନେ ରାସ୍ତା ପାର୍ଶ୍ୱରେ ଗଞ୍ଜେଇ ଗଛିତ କରି ଗଞ୍ଜେଇ ଚାଲାଣ କରିବା ପାଇଁ ପରିବହନକୁ ଅପେକ୍ଷା କରିଥିଲେ। ବାଉଁସୁଣୀ ପୋଲିସ ଜାଣିବାପରେ ଘଟଣା ସ୍ଥଳରେ ପହଂଚି ଗୋଟିଏ ବାଇକ, ଓ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ମାର୍ଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ୮୦ କେଜି ୪୦୦ ଗ୍ରାମ ହୋଇଥିଲା ।