ମୋରଡା,୨୭। ୭ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ତଥା ବଡାମପୁର ଫାଣ୍ଡି ଅନ୍ତର୍ଗତ ମାଣିଦା ଛକ ଠାରେ ଥିବା କୃଷ୍ଣଚନ୍ଦ୍ର ଜୁଏଲାରୀ ଦୋକାନ ରୁ ବିଳମ୍ବିତ ରାତ୍ରରେ ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା ର ଗହଣା ଲୁଟ କରିଛନ୍ତି । ଦୁର୍ବୃତ୍ତମାନେ ପ୍ରାୟ ୩ କେଜି ରୁପା ଓ ୫ ଗ୍ରାମ ସୁନା ଲୁଟ କରି ଫେରାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ରବିବାର ବିଳମ୍ବିତ ରାତିରେ ଚାରିଜଣ ଦୁର୍ବୃତ୍ତ ଜୁଏଲାରୀର ଲୁହା ଗେଟ ଭାଙ୍ଗି ପଶିଥିଲେ। ଦୋକାନ ଭିତରେ ଥିବା ୩ କେଜି ରୂପା ଓ ୫ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୮ରୁ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଜୁଏଲାରୀ ଦୋକାନର ମାଲିକ ବିଶ୍ଵଜିତ ରଣା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଲୁଟ ର ସମସ୍ତ ଘଟଣା ସିସିଟିଭି କ୍ୟାମେରା ରେ କଏଦ ହୋଇଛି । ଲୁଟେରା ମାନେ ମୁହଁ ରେ କନା ବାନ୍ଧିଥିବା ବେଳେ ହାତ ରେ ମାରଣାସ୍ତ୍ର ଥିବା ସିସିଟିଭିରେ ଦେଖିବାକୁ ମିଳିଛି । ଅପରପକ୍ଷରେ ଏହି ଲୁଟ ପରେ ରାସଗୋବିନ୍ଦପୁର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।