ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

୮୮ ବର୍ଷୀୟା ବୃଦ୍ଧାଙ୍କ ଗ୍ରାଜୁଏଟ୍ ହେବାର ସ୍ୱପ୍ନ ସାକାର, ୬୦ ବର୍ଷର ଅପେକ୍ଷା ପରେ ମିଳିଲା ଡିଗ୍ରୀ

Published By : Ankita S | June 9, 2025 2:31 PM

ନୂଆଦିଲ୍ଲୀ,୦୯/୦୬: କଥାରେ ଅଛି ନା ସ୍ୱପ୍ନକୁ କେବେ ଅଧୁରା ରଖିବା କଥା ନୁହେଁ । ପରିସ୍ଥିତି ଯାହା ବି ହେଉ ଯେତେ ବାଧାବିଘ୍ନ ଆସୁ ଇଚ୍ଛାଶକ୍ତି ଓ ଧୈର୍ଯ୍ୟ ରହିବା ଦରକାର । କାରଣ ସ୍ୱପ୍ନ ସତ ହେବାକୁ ସମୟ ଲାଗିଥାଏ ହେଲେ ଲକ୍ଷ୍ୟ ନିଶ୍ଚିନ୍ତ ମିଳିଥାଏ । ଆମେ ଆପଣଙ୍କୁ ସେମିତି ଏକ କାହାଣୀ କହିବୁ ଯାହା ପ୍ରେରଣା ସାଜିଛି । ବୟସର ଅପରାହ୍ନରେ ଜଣେ ନିଜ ସ୍ୱପ୍ନ ସାକାର କରିଛନ୍ତି । ଜଣେ ୮୮ ବର୍ଷୀୟା ବୃଦ୍ଧା ଗ୍ରାଜୁଏଟ ହୋଇଛନ୍ତି । ୬୦ ବର୍ଷର ଅପେକ୍ଷା ପରେ ଶେଷରେ ଡିଗ୍ରୀ ହାସଲ କରିଛନ୍ତି ବୃଦ୍ଧା ଜଣକ । ତାଙ୍କର ଏହି ସଫଳତା ପ୍ରମାଣ କରୁଛି ଧୈର୍ଯ୍ୟର ଅପେକ୍ଷା ସର୍ବା ମିଠା ହୋଇଥାଏ ।

୮୮ ବର୍ଷୀୟା ଜୋଆନ୍ ଆକେକଜାଣ୍ଡର ୧୯୫୦ରେ ୟୁନିଭର୍ସିଟି ଛାତ୍ରୀ ଥିଲେ । ୧୯୫୯ରେ ସେ ଗ୍ରାଜୁଏଟ ହେବାର ଥିଲା ହେଲେ ତାହା ସମ୍ଭବ ହୋଇପାରିନଥିଲା । ସେ ପ୍ରଥମ ସନ୍ତାନର ଗର୍ଭବତୀ ଥିବାରୁ ଗ୍ରାଜୁଏସନ ଶେଷ କରିବାକୁ ଅନୁମତି ମିଳିନଥିଲା । ଏବେ ତାଙ୍କ ହାତରେ ବିଜ୍ଞାନରେ ଗ୍ରାଜୁଏସନ ହାସଲ କରିଥିବା ଡିଗ୍ରୀ ରହିଛି । ଅପେକ୍ଷା, ଇଚ୍ଛାର ପରିଣାମକୁ ହାତରେ ଧରି ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି  । ତାଙ୍କ ଜୀବନରେ ଧିମା ପଡିଯାଇଥିବା ଏକ ଯାତ୍ରା ଶେଷ ହୋଇଛି ।

୬୦ ବର୍ଷ ପରେ ଜୋଆନ୍ ଗ୍ରାଜୁଏଟ୍ ହେବାର ସ୍ୱପ୍ନ ସାକାର କରିଛନ୍ତି । ଦ ନ୍ୟୁୟର୍କ ରିପୋର୍ଟ ଅନୁସାରେ, ସେ ଗର୍ଭବତୀ ଥିବାରୁ ଯେଉଁ ଡିଗ୍ରୀ ଅଧା ରହିଥିଲା ତାହା ପୂରଣ ହୋଇଛି । ଆଲେକଜାଣ୍ଡରଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଜୋଆନ୍‌ ଆଲେକଜାଣ୍ଡରଙ୍କ ଝିଅ ମାଆଙ୍କର ଅଧୁରା ପାଠପଢାକୁ ପୂରଣ କରିବାକୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରିଥିଲେ । ସହକାରୀ ଡିନ୍‌ ଜଷ୍ଟିନ ଡିମେଲଙ୍କ ସହିତ ୟୁନିଭର୍ସିଟି ଷ୍ଟାଫ୍ ଘଟଣାକୁ ଗୁରୁତର ସହ ନେଇଥିଲେ । ୧୯୫୯ରେ ଆଲେକଜାଣ୍ଡର ଗର୍ଭବତୀ ହୋଇଥିଲେ । ତେଣୁ ତାଙ୍କୁ କୋର୍ସର ଆବଶ୍ୟକୀୟ ଷ୍ଟୁଡେଣ୍ଟ ଟିଚିଙ୍ଗ କରିବାକୁ ଅନୁମତି ନଥିଲା । ଯାହା ପାଇଁ ତାଙ୍କର ଡିଗ୍ରୀ ଅଧାରେ ରହିଥିଲା ।

ଗତ ମେ ୧୧ ତାରିଖରେ ୟୁନିଭର୍ସିଟି ପକ୍ଷରୁ ଗ୍ରାଜୁଏସ ସେରିମନୀ ଜୋଆନଙ୍କୁ ସମ୍ମାନିତ କରାଯାଇଥିଲା । ବୟସ ଓ ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଥିବାକୁ ତାଙ୍କ ଝିଅ ଓ ନାତି ତାଙ୍କ ସ୍ଥାନରେ ଡିଗ୍ରୀ ଗ୍ରହଣ କରିଥିଲେ । ଏହାପରେ ତାଙ୍କ ଝିଅ କହିଥିଲେ,''ମାଆ ସେଠାରେ ଉପସ୍ଥିତ ନହେବାରୁ ଦୁଃଖିତ । ହେଲେ ମୋ ପୁଅ ସହିତ ସେହି ମୂହୁର୍ତ୍ତକୁ ବଞ୍ଚିବା ମୋ ପାଇଁ ବହୁତ ଭାବୁକ ଅନୁଭବ ଥିଲା ।'' 

ସେହିପରି ଡିଗ୍ରୀ ମିଳିବା ପରେ ଜୋଆନ କହିଛନ୍ତି,''ମୁଁ ସବୁବେଳେ ଭାବୁଥିଲି ପଛରେ ପଡିଯାଇଛି । ହେଲେ ଏବେ ମୋତେ ଲାଗୁଛି ମୋ ହୃଦୟରେ ଯେଉଁ ଖାଲିସ୍ଥାନ ଥିଲା ତାହା ପୂରଣ ହୋଇଛି । ଏହା ମୋ ପାଇଁ ସାଧନାର ପରିଣା ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.