ଫୁଲବାଣୀ,୧୯/୧୦ : ସହର ଉପକଣ୍ଠ ସାରତାଗୁଡାଠାରେ ରବିବାର ଅପରାହ୍ନ ଚଳନ୍ତା ଅବସ୍ଥାରେ ରାସ୍ତା ଉପରେ ଜଳି ଯାଇଛି ଏକ ଅଟୋରିକ୍ସା । ସୂଚନା ଅନୁଯାୟୀ, କଟ୍ରିଙ୍ଗିଆ ପଞ୍ଚାୟତ ଦୋକାନପଦରର ପ୍ରମୋଦ କହଁର ଆଜି ତାଙ୍କ ଅଟୋରିକ୍ସା ନେଇ ଫୁଲବାଣୀ ଆସିଥିଲେ। ଅପରାହ୍ନରେ ସେ ଗାଁକୁ ଫେରୁଥିବାବେଳେ ସାରତାଗୁଡ଼ା ନିକଟରେ କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଥିଲା। ପ୍ରମୋଦଙ୍କ ସହିତ ଗାଡ଼ିରେ ବସିଥିବା ଅନ୍ୟ ୩ ଜଣ ଭୟରେ ଗାଡ଼ିରୁ ବାହାରି ଆସିଥିଲେ। ତେବେ ଗାଡ଼ିରେ ଥିବା ସାମଗ୍ରୀ ସହିତ କିଛି କୁକୁଡ଼ା ଜଳି ଯାଇଥିଲେ। ଫୁଲବାଣୀରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ଖବରପାଇ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।