କଟକ, ୨୪/୧୦ : ସ୍କୁଟି ନେଇ ଯିବା ବେଳେ ହଠାତ୍ ଟଳି ପଡ଼ିଲେ ଯୁବକ । କଟକ ଶେଖ୍ ବଜାର କେଶିଆ ଗଳି ଭିତରେ ସ୍କୁଟି ଚଲାଇ ଜଣେ ଯୁବକ ଯାଉଥିବା ବେଳେ ସ୍କୁଟିରୁ ଗଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଓ ଆମ୍ଵୁଲାନ୍ସ ଡାକିଥିଲେ। ଆମ୍ବୁଲାନ୍ସରେ ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଯୁବକଙ୍କର ହଠାତ୍ ହୃଦଘାତ୍ ହୋଇଥିବା ଅନୁମାନ କରାଯାଉଛି । ଯୁବକଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ମୃତକଙ୍କ ଗାଡି ନମ୍ଵରରୁ ଠିକଣା ପାଇବା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।