ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀର ୪ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ଆପ୍‌

Image Courtesy: AAP

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ସହଯୋଗୀ ଦଳ ଆମ ଆଦମୀ ପାର୍ଟି (ଆପ୍‌) ।  ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ବହୁ ବିଚାର ବିମର୍ଶ ପରେ କଂଗ୍ରେସ ଏବଂ ଆପ୍‌ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ସହମତି ପ୍ରକାଶ ପାଇଥିଲା । ୪-୩ ଫର୍ମୁଲାରେ ଆପ ଓ କଂଗ୍ରେସ ରାଜି ହୋଇଥିଲେ । ଆଉ ଆଜି ୪ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଆପ୍‌ । 

ନୁଆ ଦିଲ୍ଲୀରୁ ସୋମନାଥ ଭାରତୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଦକ୍ଷିଣ ଦିଲ୍ଲୀରୁ ସହି ରାମ ପହଲବାନ ନିର୍ବାଚନ ଲଢ଼ିବେ । ପୂର୍ବଦିଲ୍ଲୀରୁ କୁଲଦୀପ କୁମାର ଏବଂ ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ଆପ୍‌ । ଏହା ବ୍ୟତୀତ ହରିୟାଣାର କୁରୁକ୍ଷେତ୍ର ଲୋକସଭା ଆସନରୁ ଆପ୍‌ ପ୍ରାର୍ଥୀ ହେବେ ସୁଶୀଲ ଗୁପ୍ତା । ତେବେ ୫ଟି ରାଜ୍ୟରେ ୨୩ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ଆପ୍‌ । ଏହା ପୂର୍ବରୁ ୫ ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିସାରିଥିବା ବେଳେ ଆଜି ଆଉ ୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । 

ଆପ୍‌ ନେତା ଗୋପାଳ ରାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆପ ପ୍ରାର୍ଥୀ ଦିଲ୍ଲୀ, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ଆସାମରେ ନିର୍ବାଚନ ଲଢ଼ିବେ ।   ସେ ଆହୁରି କହିଛନ୍ତି ଯେ, ପୂର୍ବ ଦିଲ୍ଲୀ ଲୋକସଭା ଆସନ ଲାଗି ବଡ଼ ନିର୍ଣ୍ଣୟ ଗ୍ରହଣ କରିଛି । କୋଣ୍ଡଳିର ଆପ୍‌ ବିଧାୟକ କୁଲଦୀପ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ । ଏହି ଆସନ ଅଣସଂରକ୍ଷିତ ବର୍ଗଙ୍କ ଲାଗି ଥିବା ବେଳେ କୁଲଦୀପ କୁମାର ଅନୁସୂଚିତ ଜାତି (ଏସ୍‌ସି) ବର୍ଗରୁ ଆସୁଛନ୍ତି । ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ଗୋପାଳ ରାୟ କହିଛନ୍ତି ।

  • lok sabha election 2024
  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.