ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ, ୬ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ସିଟ୍ ପାଇଁ ଲଢ଼େଇ

ନୂଆଦିଲ୍ଲୀ, ୧୮।୫: ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଶୁକ୍ରବାର ପ୍ରଚାର କାର୍ଯ୍ୟ ଶେଷ ହେବ । ଆସନ୍ତା ୨୦ ତାରିଖରେ ହେବ ଭୋଟ୍ ଗ୍ରହଣ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ । ସୂଚନାନୁସାରେ, ମୋଟ୍ ୭ଟି ପର୍ଯ୍ୟାୟରେ ୨୦୨୪ ଲୋକସଭା ନିର୍ବାଚନ ହୋଇଥିବା ବେଳେ ଏଥିମଧ୍ୟରୁ ୪ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ମେ ୨୦ ତାରିଖରେ ୫ମ ପର୍ଯ୍ୟାୟର ମତଦାନ ଶେଷ ହେବ । ଏହାପରେ ମେ’ ୨୫ରେ ଷଷ୍ଠ ଓ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ମତଦାନ ସରିବ । ଶୁକ୍ରବାର ସନ୍ଧ୍ୟାରେ ୫ମ ପର୍ଯ୍ୟାୟର ପ୍ରଚାର କାର୍ଯ୍ୟ ଶେଷ ହେବ । 

ପଞ୍ଚମ ପର୍ଯ୍ୟାୟରେ ମୋଟ୍ ୬ ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ପଞ୍ଚମ ପର୍ଯ୍ୟାୟରେ ମତଦାନ ହେବ । ୪୯ଟି ଲୋକସଭା ସିଟ୍ ପାଇଁ ମୋଟ୍ ୬୯୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ବିହାରର ୫ଟି ସିଟ୍, ଜାମ୍ମୁ କାଶ୍ମୀରର ୧, ଝାଡ଼ଖଣ୍ଡର ୩, ଲଦାଖର ୧, ମହାରା‌ଷ୍ଟ୍ରର ୧୩, ଉତ୍ତର ପ୍ରଦେଶର ୧୪ଟି ଆସନ ରହୁଥିବା ବେଳେ ପଶ୍ଚିମବଙ୍ଗର ୭ ଆସନ ସମେତ ଓଡ଼ିଶାର ୫ଟି ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ହେଭିୱେଟ୍‌ଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟରରୁ ବିଜେପି ପ୍ରାର୍ଥୀ ଉଜ୍ଜଲ ନିକମ୍, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ବିଜେପିର ରାଜନାଥ ସିଂ, ସ୍ମୃତି ଇରାନୀ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.