ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

କନ୍ଧମାଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ୱରପିଣ୍ଡା ଓ କିରାସିରାରେ ସାନି ମତଦାନ

ମନମୁଣ୍ଡା, ୨୩।୫: ପୋଲିସର କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ l ଗୁରୁବାର କନ୍ଧମାଳ ସାଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ୱରପିଣ୍ଡା ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ ହୋଇଛି । କିରାସିରା ବୁଥ୍‌ରେ ବିଜେଡି କର୍ମୀଙ୍କ ଦ୍ୱାରା ବ୍ୟାପକ ବୁଥ୍ ରେଗିଂ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ସହିତ ମହେଶ୍ୱର ପିଣ୍ଡା ରେ ସରକାରୀ କଲକୁ ହାତ ବାରିସୀ କରି ପୋଲିସ ଲଗାଇ ଅଧାରେ ମତଦାନ ବନ୍ଦ କରିଥିଲା ପୋଲିସ l ଜୋର ଜବରଦସ୍ତ ଲାଠି ଚାଳନା ସହିତ ରବର ଗୁଳି ଚାଳନା କରି ପୋଲିଂ ବାକ୍ସ ଉଠାଇ ନେଇଥିଲେ l ଏହାକୁ ନେଇ ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ l 

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୁନସ୍ଥ ବୁଥ୍ ନମ୍ୱର-୨୬ ଓ ବୁଥ୍ ନମ୍ବର-୨୮ରେ ଗୁରୁବାର ପୁନଃ ମତଦାନ ଅନୁଷ୍ଠିତ ହେଉଛି । ଶାନ୍ତି ଶୃଙ୍ଖଳା ସହିତ ଧାଡ଼ିରେ ଭୋଟର ଠିଆ ହୋଇଛନ୍ତି । ସକାଳ ୭ ଟାରୁ ଅପରାହ୍ନ ୪ ଟା ଯାଏଁ ଏହି ମତଦାନ ଚାଲିବ ବୋଲି ସୂଚନା ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.