ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅଲକାଙ୍କ ନମ୍ବର ୱାନ୍ ଫ୍ୟାନ ଥିଲା ଆତଙ୍କୀ ଓସାମା ବିନ୍ ଲାଡେନ୍ ; ଜାଣନ୍ତୁ କଣ କହିଲେ ସିଙ୍ଗର୍

Published By : Ankita S | March 19, 2025 12:44 PM

ମୁମ୍ବାଇ,୧୯/୦୩: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନ୍ । ଯିଏ ଦୁନିଆକୁ ଥରାଇ ରଖୁଥିଲା । ଜାଣିଛନ୍ତି କି ବଲିଉଡରେ ପ୍ରସିଦ୍ଧ ଗାୟିକା ଅଲକା ୟାଗନିକଙ୍କର ଜବରଦସ୍ତ ଫ୍ୟାନ ଥିଲା ଓସାମା । ଅଲକାଙ୍କ ଗୀତ ଶୁଣିବାକୁ ବହୁତ ପସନ୍ଦ କରୁଥିଲା ଲାଡେନ୍ । ଆତଙ୍କୀ ଓସାମାର ସାମ୍ରାଜ୍ୟ ଯେବେ ମାଟିରେ ମିଶିଲା ସେବେ ଏହି ସତ ବାହାରକୁ ଆସିଥିଲା । ଯେବେ ଅଲକାଙ୍କୁ ଏହା ଜଣାପଡିଲା ଜାଣନ୍ତୁ ସେ କଣ କହିଲେ ?

କୁହାଯାଉଛି କି, ଦୁନିଆର କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ ବଲିଉଡ ଗାୟିକା ଅଲକା ୟାଗନିକଙ୍କ ବଡ ଫ୍ୟାନ ଥିଲା । ସେ ଅଲକାଙ୍କ ଗୀତ ଶୁଣିବାକୁ ପସନ୍ଦ କରୁଥିଲା । ସିଆଇଏ ଯେବେ ଓସାମା ବିନ୍ ଲାଡେନର ଠିକଣାରେ ଚଢାଉ କରିଥିଲା ସେବେ ତାର କମ୍ପ୍ୟୁଟର ଜବତ କରିଥିଲା । ସେଥିରୁ ଉଦିତ୍ ନାରାୟଣ, କୁମାର ସାନୁ ଏବଂ ଅଲକା ୟାଗନିକଙ୍କ ପରି ଅନେକ ବଲିଉଡ ଗାୟକଙ୍କ ଚାର୍ଟବଷ୍ଟର ମିଳିଥିଲା । ବଲିଉଡରେ ଜଣେ ଜଣାଶୁଣା ସିଙ୍ଗର ହେଉଛନ୍ତି ଅଲକା । 'ରୁଖି-ସୁଖୀ ରୋଟି', 'ମୁଝସେ ମହୋବତ୍', 'ଏ ବନ୍ଧନ ତୋ' ପରି ଗୀତରେ ତାଙ୍କ ସ୍ବରର ଯାଦୁ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ...ଶୁଟିଂ ବେଳେ ହଠାତ୍‌ ଟ୍ରାକ୍‌ରେ ଆସୁଥିଲା ଟ୍ରେନ୍‌ , ଆୟଶା ଜୁଲକାଙ୍କୁ ଜୋରରେ ଟାଣି ନେଲେ ସଲମାନ ଖାନ୍

କଣ କହିଲେ ଅଲକା ? ଓସାମା ଅଲକାଙ୍କ ନମ୍ବର ୱାନ ଫ୍ୟାନ ହୋଇଥିବା ନେଇ ଏସ ସାକ୍ଷତକାରରେ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଅଲକା ଏହାର ଉତ୍ତରରେ କହିଥିଲେ, '' କଣ ଏହା ମୋର ଭୁଲ କି ? ଓସାମା ବିନ୍ ଲାଡେନ୍ ଯେମିତି ବି ହୁଅନ୍ତୁ ନା କାହିଁକି ତାଙ୍କ ଭିତରେ ହୁଏତ ଏକ ଛୋଟ କଳାକାରଟିଏ ଥିବ । ସେଥିପାଇଁ ତ ସେ ସଙ୍ଗୀତ ଶୁଣଥିଲେ । ତାଙ୍କୁ ଯଦି ମୋ ଗୀତ ପସନ୍ଦ ତେବେ ତାହା ତ ଭଲ କଥା ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.