ଦୁବାଇ: ଜାରି ରହିଥିବା ଏସିଆ କପ ଡ୍ରାମାରେ ଲାଗିଲା ପୂର୍ଣ୍ଣଛେଦ। ହ୍ୟାଣ୍ଡସେକ ବିବାଦ ପରେ ମ୍ୟାଚ୍ ଛାଡିବାକୁ ନିଷ୍ପତ୍ତି ନେଇଥିବା ପାରକିସ୍ତାନ ଦଳ ପୁଣିଥରେ ମଇଦାନକୁ ଓହ୍ଲାଇଛି। ଏସିଆ କପ ୨୦୨୫ର ଗ୍ରୁ A ୧୦ମ ମ୍ୟାଚ୍ରେ ୟୁନାଇଟେଡ୍ ଆରବ ଏମିରେଟସ୍ (UAE) ଟସ୍ ଜିତି ପାକିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ଦୁବାଇ ଇନ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ଟିମରେ କିଛି ଛୋଟବଡ ପରିବର୍ତ୍ତନ କରିଛନ୍ତି। ପାକିସ୍ତାନ ଦଳରେ ହାରିସ୍ ରାଉଫ, ସୁଫିୟାନ ମୁକୀମ୍ଙ୍କ ସ୍ଥାନରେ ଏବଂ ଖୁଶ୍ଦିଲ୍ ଶାହ, ଫହୀମ ଆଶ୍ରଫଙ୍କ ସ୍ଥାନରେ ଯୋଗ ଦେଇଛନ୍ତି। ସେହିଭଳି UAEରେ ସିମରନଜିତ ସିଂହ, ମହାମ୍ମଦ ଜାୱାଦୁଲ୍ଲାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି।

ଏନେଇ UAE କ୍ୟାପ୍ଟେନ ମହମ୍ମଦ୍ ଓ୍ୱାସିମ୍ କହିଛନ୍ତି ଯେ, "ଆମେ ପ୍ରଥମେ ବୋଲିଂ କରିବା। ତେବେ ମୁଁ ଭାବୁଛି ଡ୍ୟୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହା ଉଭୟ ଦଳ ପାଇଁ ଏକ ଡୁ-ଅର-ଡାଇ ମ୍ୟାଚ ହେବ। ଆମେ ସେମାନଙ୍କୁ କମ୍ ସ୍କୋରରେ ରୋକିବାକୁ ଚେଷ୍ଟା କରିବୁ। ଆବୁଧାବୀରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଆଜି ଆମେ ଭିନ୍ନ ଯୋଜନା ସହ ଆସିଛୁ। ଜାୱାଦୁଲ୍ଲାଙ୍କ ବଦଳରେ, ସିମରନଜିତ୍ ଆସିଛନ୍ତି।"

ପାକିସ୍ତାନ ଦଳର କ୍ୟାପ୍ଟେନ ଆଗା ସଲମନ୍ କହିଛନ୍ତି ଯେ, "ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁଥିଲୁ। ଆମ ବିପକ୍ଷରେ ଖେଳୁଥିବା UAE ଏକ ଭଲ ଦଳ। ଆମେ ଆମର ଯୋଜନାଗୁଡ଼ିକୁ ଦୀର୍ଘସମୟ ପାଇଁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଆମେ ଆମ ଦଳରେ ଦୁଇଟି ପରିବର୍ତ୍ତନ ଆଣିଛୁ। ସୁଫିୟାନ୍ ଖେଳୁନାହାନ୍ତି। ତାଙ୍କ ଯାଗାରେ ହାରିସ ରାଉଫ୍ ଯୋଗ ଦେଇଛନ୍ତି। ସେହିଭଳି ଖୁଶ୍ଦିଲ୍ ଶାହ ମଧ୍ୟ ଫହୀମ ଆଶ୍ରଫଙ୍କ ସ୍ଥାନରେ ଯୋଗ ଦେଇଛନ୍ତି।"

ପୂର୍ବରୁ, ଟସ୍ ଏକ ଘଣ୍ଟା ବିଳମ୍ବ ହୋଇଥିଲାଯାହା ଫଳରେ ମ୍ୟାଚ୍ ସ୍ଥାନୀୟ ସମୟ .୩୦ ବେଳେ (ସ୍ଥାନିୟ ୯ଟା) ଆରମ୍ଭ ହୋଇଥିଲା। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ଚେୟାରମ୍ୟାନ ମୋହସିନ୍ ନାକଭି ପରେ ସୋସିଆଲ୍ ମିଡିଆରେ ଲେଖିଛନ୍ତି: "ଆମେ ପାକିସ୍ତାନ ଦଳକୁ ଦୁବାଇ କ୍ରିକେଟ୍ ଷ୍ଟାଡିୟମକୁ ଯିବାକୁ କହିଛୁ। ଅଧିକ ବିବରଣୀ ପରେ ପ୍ରକାଶ କରାଯିବ।"

ଆପଣଙ୍କୁ ଜଣାଇରଖୁ ଯେ, PCB ପୂର୍ବରୁ ଦଳକୁ ଷ୍ଟାଡିୟମକୁ ଯିବାରୁ ରୋକିଥିଲାଯାହା ଫଳରେ ଏସିଆ କପରୁ ପାକିସ୍ତାନ ନିଜ ଦଳକୁ ପ୍ରତ୍ୟାହାର କରିଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ୍ ପ୍ରକାଶ ପାଇଥିଲା। ପୂର୍ବ ମ୍ୟାଚରେ ଭାରତୀୟ ଖେଳାଳିମାନଙ୍କ ଦ୍ୱାରା ଲିଗ ମ୍ୟାଚ ପରେ ପାକିସ୍ତାନୀ ଖେଳାଳିମାନଙ୍କ ସହ ହ୍ୟାଣ୍ଡସେକ୍ କରିବାକୁ ମନା କରିଦେଇଥିଲେ। ଯାହାଫଳରେ ପାକିସ୍ତାନ ଏହି ମାମଲାକୁ ନେଇ ICC ନିକଟକୁ ଯାଇଥିଲା। ପରେ ICC ପାକିସ୍ତାନର ଦାବିକୁ ଖଣ୍ଡନ କରିଥିଲା। ଯାହାକୁ ନେଇ ପାକିସ୍ତାନ ICC ନିଷ୍କ୍ରିୟତା ଏବଂ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଥିଲା।

ଟସ୍ ପୂର୍ବରୁ, PCB ଏକ ବିବୃତି ଜାରି କରିଥିଲାଯାହା ESPNCricinfoରେ ପ୍ରକାଶ ପାଇଥିଲା। ଯେଉଁଠି PCB କହିଥିଲା ଯେ "ICC ମ୍ୟାଚ୍ ରେଫରୀ ଆଣ୍ଡି ପାଇକରଫ୍ଟ ପାକିସ୍ତାନ କ୍ରିକେଟ୍ ଦଳର ମ୍ୟାନେଜର ଏବଂ କ୍ୟାପଟେନଙ୍କୁ କ୍ଷମା ମାଗିଛନ୍ତି।

ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ହ୍ୟାଣ୍ଡସେକ୍ ବିବାଦରୁ ଉତ୍ପନ୍ନ ଏହି ସଂଘର୍ଷ ଏସିଆ କପ୍ ମାହୋଲକୁ ପ୍ରଭାବିତ କରିଛି।