ଆଠଗଡ଼,୧୬/୦୯:  ଆଠଗଡ଼ ଘଣ୍ଟିଖାଲ ସ୍ଥିତ ଆରତି ଷ୍ଟିଲ୍ ଆଣ୍ଡ୍ ପାୱାର କମ୍ପାନିର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା । ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ନକରିବା ସହିତ ଏକଛତ୍ରବାଦ ନୀତି ଚଳାଇଛି କମ୍ପାନି । ଏହାକୁ ବିରୋଧ କରି  ଘଣ୍ଟିଖାଲ କଲ୍ୟାଣ ମଣ୍ଡପ ଠାରେ ଆଠଗଡ଼ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ବେକାରୀ, ଚାଷୀ ଓ କୈବର୍ତ୍ତଙ୍କ ସମସ୍ୟା ସହ ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ କମ୍ପାନି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଆଠଗଡ଼ ବିଜେପି ମଣ୍ଡଳ ସଭାପତି । ଏହାଛଡ଼ା ବିନା ଅନୁମତିରେ ମହାନଦୀକୁ ଶୋଷୁଛି କମ୍ପାନି । ସେହିପରି କାରଖାନାରୁ ବାହାରୁଥିବା ପ୍ରଦୂଷିତ ପାଣି ଖୋଲାରେ ଛାଡ଼ି ଦେଇଥିବାରୁ ଚାଷ ଜମି ଏବଂ ନଦୀ ପାଣି ଦୂଷିତ ହେଉଛି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏହା ଦ୍ବାରା ସ୍ଥାନୀୟ ଚାଷୀ ଏବଂ କୈବର୍ତ୍ତ ସମାଜ ପ୍ରଭାବିତ ହେଉଛନ୍ତି । ଯାହାକୁ ନେଇ ତାତିଛି ଆଠଗଡ଼ ବିଜେପି ମଣ୍ଡଳ । ତେଣୁ ସ୍ଥାନୀୟ ଅଞ୍ଚଳର ବିକାଶ କରାନଗଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।