ଗୋଲ୍ଡ କୋଷ୍ଟ,୦୬/୧୧: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କଙ୍ଗାରୁ ଦଳ । ପ୍ରଥମ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ । ଟିମ୍ ସୂର୍ଯ୍ୟସେନା କୌଣସି ପରିବର୍ତ୍ତନ ହୋଇନାହିଁ। ମାତ୍ର କଙ୍ଗାରୁ ବାହିନୀରେ ୪ଟି ପରିବର୍ତ୍ତନ ହୋଇଛି ।
ଗୋଲ୍ଡ କୋଷ୍ଟ ଗ୍ରାଉଣ୍ଡରେ ହେବ ସଂଘର୍ଷପୂର୍ଣ୍ଣ ମୁକାବିଲା। ପ୍ରଥମ ୩ଟି ମ୍ୟାଚ୍ ସୁଦ୍ଧା ସିରିଜ୍ ୧-୧ରେ ବରାବର ରହିଥିବାରୁ ଉଭୟ ଦଳ ଅଗ୍ରଣୀ ପାଇଁ ପ୍ରୟାସ କରିବେ । ଫଳରେ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି ।
ଭାରତ ଦଳ: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଜିତେଶ ଶର୍ମା ( ଓ୍ବିକେଟ୍ କିପର) ଶିବମ ଦୁବେ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ: ମାଥ୍ୟୁ ସର୍ଟ, ମିଚେଲ ମାର୍ଶ(ଅଧିନାୟକ), ଜୋସ ଇଂଲିଶ (ଓ୍ବିକେଟ୍ କିପର), ଟିମ୍ ଡେଭିଡ୍, ଯୋଶ ଫିଲିପ୍, ମାର୍କସ ଷ୍ଟଇନିସ, ଗ୍ଲେନ ମ୍ୟାକ୍ସୱେଲ୍, ଜାଭିୟର ବାର୍ଟଲେଟ୍, ବେନ ଡାର୍ସିୟସ, ନାଥାନ ଏଲିସ୍ ଏବଂ ଆଡାମ୍ ଜାମ୍ପା...