ଭୁବନେଶ୍ୱର,୩୧/୧୦: ଆଜି ବିଏମ୍‌ସି  କର୍ପୋରେସନ ବୈଠକ ଅନୁଷ୍ଠିତ ହେବ । ତା ପୂର୍ବରୁ ସମସ୍ତ ଷ୍ଟାଣ୍ଡିଂ  କମିଟି ବୈଠକ ସରିଛି । ବୈଠକରେ  ସହର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିବ ।  ଚଳିତବର୍ଷ ଜଳବନ୍ଦୀ ସହର ବୁଡିଛି ।  ତେଣୁ ନୂଆ ଡ୍ରେନ୍‌ ନିର୍ମାଣ ଉପରେ  ମୋହର ବାଜିବ । ସେହିପରି ପରିମଳ  ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା  ହେବ । ଏହା ସହ ଉଠାଦୋକାନୀଙ୍କୁ  ଉଚ୍ଛେଦକୁ ନେଇ ଉଭୟ ବିଜେଡି  ଏବଂ ବିଜେପି କର୍ପୋରେସନ  ବୈଠକରେ ପ୍ରସଙ୍ଗ ଉଠାଇବେ ।