ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

କ୍ୟାନସର ପୀଡ଼ିତା ମାଆକୁ ଦେଖି ଲକ୍ଷ୍ୟ ସ୍ଥିର କଲେ ଝିଅ , ଡାକ୍ତର ହେବାକୁ ଦେଖିଲେ ସ୍ୱପ୍ନ

Published By : Prameya | March 30, 2025 6:18 PM

ନୂଆଦିଲ୍ଲୀ : ବିହାର ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷାରେ ଅଂଶୁ କୁମାରୀ ଟପ୍‌ କରିଛନ୍ତି। ତାଙ୍କୁ ଏବେ ୧୬ ବର୍ଷ ବୟସ। ସେ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟକୁ ଗୌରବାନ୍ୱିତ କରିବା ସହ ନିଜ ନାଁକୁ ଉଜ୍ଜ୍ୱଳ କରିଛନ୍ତି। ଅଂଶୁ କୁମାରୀ କହିଛନ୍ତି, ସେ କ୍ୟାନସର ରୋଗୀଙ୍କ ସାହାଯ୍ୟ କରିବାକୁ ଚାହାନ୍ତି। ତାଙ୍କ ମାଆ ମଧ୍ୟ କ୍ୟାନସର ପୀଡ଼ିତ। ଅଂଶୁ କୁମାରୀ ପଶ୍ଚିମ ଚମ୍ପାରଣର ନୌତନ ବ୍ଲକ୍‌ର ଭାରତୀୟ ଇଣ୍ଟର କଲେଜ ଗହିରୀରେ ପଢନ୍ତି। ଅଂଶୁ ନିଜର ଇଚ୍ଛା ବ୍ୟକ୍ତି କରି କହିଛନ୍ତି, ଡାକ୍ତର (ଅଙ୍କୋଲଜିଷ୍ଟ) ହେବାକୁ ଚାହାନ୍ତି।

ଅଂଶୁ କୁମାରୀ ୪୮୯ ମାର୍କ୍ସ ( ୯୭.୮ %)  ହାସଲ କରିଛନ୍ତି। ସେ ଆଉ ଦୁଇ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଅଂଶୁଙ୍କ କହିବାନୁସାରେ , ସେ ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି ଏବଂ ଏହି ସ୍ୱପ୍ନ ବାଛିବା ପଛରେ ମଧ୍ୟ ଏକ ଭାବନାତ୍ମକ କାହାଣୀ ରହିଛି।

ନିଜର ସଫଳତା ବିଷୟରେ ଅଂଶୁ କୁହନ୍ତି , ମୋର ଲକ୍ଷ୍ୟ କେବେ ଟପ୍‌ ରାଙ୍କ୍ ହାସଲ କରିବାକୁ ନଥିଲା, ବରଂ ମୁଁ ତ ପରୀକ୍ଷା କେବଳ ଭଲ ପ୍ରଦର୍ଶନ କରିବାକୁ ଚାହିଁ ଥିଲି। ମୋ ପରିବାର ପାଇଁ ସମୟ ବହୁତ ମୁସ୍କିଲ ଥିଲା। ମୋ ମାଆ ସବିତା ଦେବୀ କ୍ୟାନସରରେ ପୀଡ଼ିତ। ଆମେ ଭାବନାତ୍ମକ ଓ ଆର୍ଥିକ ମୁସ୍କିଲର ସାମନା କରିବାକୁ ପଡୁଛି। ମୋତେ ଏହା ବୁଝିବାରେ ସମୟ ଲାଗିଲାନି ଯେ, ଶିକ୍ଷା ଓ କଡ଼ା ପରିଶ୍ରମରେ ହିଁ ଆମର ଭାଗ୍ୟ ସହ ଲଢିବାର ଏକମାତ୍ର ଉପାୟ। 

କୁମାରୀ ନିଜର ଇଚ୍ଛା ବ୍ୟକ୍ତି କରି କହିଛନ୍ତି ଯେ, ସେ ଡାକ୍ତର (ଅଙ୍କୋଲଜିଷ୍ଟ) ହେବାକୁ ଚାହାନ୍ତି, କାରଣ ତାଙ୍କର ମାଆ ମଧ୍ୟ ଏହି ରୋଗରେ ପୀଡ଼ିତ । ସେ ବୁଝିଛନ୍ତି ଏଥିରେ କେତେ ସମସ୍ୟା ଦେଇ ଗତି କରିବାକୁ ହୁଏ। ଆଉ ତାଙ୍କ ମାଆଙ୍କ ଏହି ରୋଗରେ କେତେ ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ତାହାକୁ ସେ ଖୁବ୍‌ ନିକଟରୁ ଅନୁଭବ କରିଛନ୍ତି। ସେଥିପାଇଁ ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ଯାହା ଦ୍ୱାରା ସେ ଲୋକଙ୍କ ସେବା କରିବାରେ ନିୟୋଜିତ ହୋଇ ପାରିବେ। ନୂଆ ଜୀବନ ଦେବାରେ ପାଲଟିବେ ମାଧ୍ୟମଟିଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.