ଝାରସୁଗୁଡ଼ା,୩୦/୧୦ : ଅପରେସନ ନେତ୍ର ଅନୁଯାୟୀ ପୁଲିସ ତତ୍ପରତାର ସହ ନିଶା କାରବାର ରୋକିବା ସହ ଅପରାଧିଙ୍କୁ ଦମନ କରିବାକୁ ଅଭିଯାନ ଜାରି ରଖିଛି ।

ଝାରସୁଗୁଡ଼ା ସଦର ଥାନାର କବ୍ରସ୍ତାନପଡ଼ା ହନୁମାନ ମନ୍ଦିର ନିକଟରେ ବ୍ରାଉନସୁଗର ବିକ୍ରି ହେଉଥିବା ଖବରପାଇ ପୁଲିସ ପକ୍ଷରୁ ଚଢଉ କରାଯାଇଥିଲା । ସେଠାରୁ ୯.୬୦ଗ୍ରାମ ଓଜନର ବ୍ରାଉନସୁଗର ବିକ୍ରି କରାଯାଉଥିବାବେଳେ ସେମାନଙ୍କ ପାଖରୁ ଜବତ କରାଯାଇଥିଲା । ଏହି ବେଆଇନ ନିଶା କାରବାରରେ ସଂପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ ।

ଅଭିଯୁକ୍ତମାନେ ହେଲେ କବ୍ରସ୍ତାନପଡ଼ାର କଲ୍ୟାଣୀ କଲେତ(୨୧), ଆରତୀ ସୁନା(୪୭), ତେଲିଭଟାର ହଲିମା ବେଗମ(୪୫) ଏବଂ ସେକ ଅଲତାଫ(୨୩) । ଅଭିଯୁକ୍ତଂକ ପାଖରୁ ୭ ହଜାର ୪୭୦ ଟଙ୍କା, ରଂଗୀନ କାଗଜ, ମୋବାଇଲ ଫୋନ ଆଦି ମଧ୍ୟ ଜବତ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି ।