ବୌଦ୍ଧ /ସାହାଜପାଳ, ୬।୧୧ : ବୌଦ୍ଧ ଜିଲ୍ଲା ସଦର ବ୍ଲକ  ସିଦ୍ଧଗୁରୁ ମଠ ପରିସରରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ପବିତ୍ର କାର୍ତ୍ତିକ ପୂର୍ଣିମା ଦିନ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା l ଏହି ଅବସରରେ ବୌଦ୍ଧ ଇତିହାସ ସଂକଳନ କମିଟି ପ୍ରଥମ ବୈଠକ ଡମ୍ବରୁଗଡ଼ ୟୁକୋ ଟ୍ୟୁ୍ରିଜିମ ନମ୍ବର କଟେଜ ଠାରେ ଅନୁଷ୍ଠିତ ହୋଇଥିଲା। ଚେନାଇ ବେଦ  ବିଶ୍ୱବିଦ୍ୟାଳୟ କୁଳପତି ତଥା ପ୍ରଫେସର ଡ. ହରିହର କାନୁନଗୋଙ୍କ ଅଧ୍ୟକ୍ଷତା କରିଥିଲେ l

ଏହି ବୈଠକରେ ପ୍ରାକ୍ତନ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅଧ୍ୟାପକ ଡ. ପ୍ରବୀର କୁମାର ଦାସ, ଯୁବ ଗବେଷକ ସତ୍ୟ ନାରାୟଣ ପାଣି, ଶିକ୍ଷାବିତ ଶମ୍ଭୁ ଗିରି, ସାମାଜିକକର୍ମୀ କୃତ୍ତିବାସ ପଲିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହା ପୂର୍ବରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ କରି ବୌଦ୍ଧ ସିଦ୍ଧ ହନୁମାନ, ବୌଦ୍ଧ ମ୍ୟୁଜିୟମ, ଗନ୍ଧରାଢ଼ୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରାଯାଇଥିଲା l ବିଭିନ୍ନ ଆଲୋଚନା ପରେ ବୌଦ୍ଧ ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ଉପରେ ଲେଖା ରହିବ ଲେଖକ ମାନଙ୍କ ନିମନ୍ତେ ସୌଜନ୍ୟମୂଳକ ପ୍ରୋସ୍ଛାହନ ରାଶି ପ୍ରଦାନ କରବା ପାଇଁ ସ୍ଥିର  କରାଯାଇଥିଲା l

ପୁସ୍ତକ ସଂକଳନ ନିମନ୍ତେ ଏକ ସମ୍ପାଦନା ମଣ୍ଡଳୀ ଗଠନ କରାଯାଇ ମୁଖ୍ୟ ସମ୍ପାଦକ ଭାବେ ପ୍ରଫେସର ଡ ହରିହର କାନୁନଗୋ, ସମ୍ପାଦନା ମଣ୍ଡଳୀ ସଦସ୍ୟ ଭାବେ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅଧ୍ୟାପକ ଡ ପ୍ରବୀର କୁମାର ଦାସ, ଗବେଷକ ବିଶ୍ୱେଶ୍ଵର ପୃଷ୍ଟି,ଯୁଗଳ କିଶୋର ସାମଲ, ଦେବାଶିଷ ପୁରୋହିତ,ଯୁବ ଗବେଷକ ସତ୍ୟନାରାୟଣ ପାଣି, ସାମାଜିକକର୍ମୀ ଶଙ୍କର ପ୍ରସାଦ ମିଶ୍ର, ଚେତାରାମ ପଟ୍ଟନାୟକ, ଶମ୍ଭୁ ଗିରିଙ୍କୁ ମନୋନୀତ କରାଯାଇଥିଲା l ସଂଯୋଜକ ଭାବେ ସାମାଜିକକର୍ମୀ କୃତ୍ତିବାସ ପଲିଆଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l ଉକ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆହୁରି ଅନେକ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ସାମିଲ କରି, ପୂର୍ଣାଙ୍ଗ ସମ୍ପାଦନା ମଣ୍ଡଳୀ ଗଠନ କରିବା ସହିତ ପୁସ୍ତକ ସଂକଳନ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ କରିବା ନିମନ୍ତେ ଗୁଗୁଲମିଟ ବୈଠକ ଆୟୋଜନ କରି ନିଷ୍ପତ୍ତି ନେବାକୁ ସ୍ଥିର କରାଯାଇଥିଲା l