ନୂଆଦିଲ୍ଲୀ,୩୧/୧୦: ଉତ୍ତର ଭାରତରେ ଛାତି ସଂକ୍ରମଣ ଘଟଣା ବଢ଼ିବାରେ ଲାଗିଛି । ତେବେ ଏହି ହୁପି କାଶ ଜନିତ ସଂକ୍ରମଣ ପଛରେ ସ୍ୱଳ୍ପ ଭାବେ ଜଣାଯାଉଥିବା ଏକ ନୂଆ ଜୀବାଣୁ ରହିଥିବା ସଦ୍ୟତମ ଅଧ୍ୟୟନରୁ ଜଣାପଡ଼ିଛି ।
ଚଣ୍ଡିଗଡ଼ସ୍ଥିତ ପୋଷ୍ଟଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମ୍ଇଆର୍) ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ ହୁପି କାଶ ଭାବେ ଜଣାଶୁଣା ‘ପର୍ଟୁସିସ୍’ ଏକ ଅତ୍ୟଧିକ ସଂକ୍ରାମକ ଶ୍ୱାସକ୍ରିୟାଜନିତ ରୋଗ । ପର୍ଟୁସିସ୍ରେ ପୀଡ଼ିତ ଥିବା ଲୋକମାନେ ସାଙ୍ଘାତିକ ଭାବେ କାଶିଥାନ୍ତି । କାଶିବା ପରେ ପ୍ରଶ୍ୱାସ ନେବା ବେଳେ ଅଧିକ ଶବ୍ଦ ହୋଇଥାଏ । ଏହାକୁ ‘ହୁପ୍’ କୁହାଯାଏ । ଏହା ଶିଶୁ ମୃତ୍ୟୁ ହାରର ଏକ ପ୍ରମୁଖ କାରଣ ରହିଆସିଛି ।