ବାରିପଦା,୨୧/୧୦: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଆନ୍ତର୍ଗତ ମୁର୍ଗାବାଡି ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ଏକ ଢାବାରେ କିଛି ଦୁର୍ବୃତ୍ତ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି । ବନ୍ଧୁକ ମୁନରେ ଭୟଭୀତ କରାଇ ଢାବା ମାଲିକ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଏନେଇ ସୂଚନା ପାଇ ଭଞ୍ଜପୁର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଏକ ବୁଲେଟ ଗାଡିକୁ ଜବତ କରିଛି ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ଢାବାରେ ପ୍ରାୟ ୮ଜଣ ଦୃବୁର୍ତ୍ତ ପଶିଥିଲେ। ମାଲିକ ସହିତ ଗଣ୍ଡଗୋଳ କରି ବନ୍ଧୁକ ମୁନରେ ଭୟଭୀତ କରାଇଥିଲେ । ଏହାକୁ ଢାବା କର୍ମଚାରୀମାନେ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଘଟଣା ପ୍ରଘଟ ହେବାରୁ ସ୍ଥାନୀୟ ଲୋକେ ପହଞ୍ଚିବା କ୍ଷଣି ଦୃବୁର୍ତ୍ତମାନେ ସେଠାରୁ ଚମ୍ପଟ୍ ମାରିଥିଲେ । ତେବେ ଅପରାଧୀମାନେ ଏକ ବୁଲେଟ୍ ମଟର ସାଇକେଲ ଛାଡି ଯାଇଥିବାରୁ ତାହାକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି ।