କେନ୍ଦୁଝର ସଦର,୯/୯(ଆପ୍ର)କେନ୍ଦୁଝର ସଦର ରେଞ୍ଜ ନୂଆଗାଁ ପଞ୍ଚାୟତ ରତନପୁର ଜଙ୍ଗଲରେ ୨୯ଟିକିଆ ହାତୀ ପ୍ରବେଶ କରିଛନ୍ତି। ବାଲିସୁଆଁ, ବାଙ୍କମାରୁଣି ଅରଡେଇ ନଦୀ ତଟରେ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଚାଷ ଜମିକୁ ମାଡ଼ି ଦଳି ଖାଇ ନଷ୍ଟ କରିଛନ୍ତି।

ହାତୀପଲ ସନ୍ଧ୍ୟା ବେଳେ ପୋଲ ଦେଇ ରତନପୁର ଜଙ୍ଗଲରେ ପ୍ରବେଶ କରିଛନ୍ତି। ହାତୀପଲଙ୍କ ମଧ୍ୟରେ ୧୨ଟି ଦନ୍ତା ୧୧ଟି ମାଈ ଓ ୬ଟି ଛୁଆହାତୀ ଅଛନ୍ତି। ଏହି ହାତୀ ଗୁଡ଼ିକୁ ଦେଖିବା ପାଇଁ ୨୦ ନମ୍ବର ଜାତୀୟ ରାଜପଥରେ ଲୋକ ଭିଡ ଦେଖିବାକୁ ମିଳିଥିଲା।ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଗଜସାଥି ଓ ବନବିଭାଗର ହାତୀ ଉଡାଇବା ସ୍କ୍ବାର୍ଡ ସେମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି।  ହାତୀ ପଲ ବ୍ୟାପକ ଧାନ ଫସଲ ଖାଇଵା ସହିତ ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି।କ୍ଷୟକ୍ଷତି ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି। ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ହାତୀ ଗୁଡ଼ିକୁ ଘଞ୍ଚ ଜଙ୍ଗଲକୁ ଛାଡିବା ପାଇଁ ବନ କର୍ମଚାରୀ ଉପସ୍ଥିତଥିବା ଜଣାପଡିଛି।