ପାଟନା,୦୫/୧୧: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରଚାର ଅଭିଯାନ ଶେଷ ହୋଇଛି ।ଆଉ ଦିନକ ପରେ ଅର୍ଥାତ୍‌ ଗୁରୁବାର୧୮ ଜିଲ୍ଲାର ୧୨୧ ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ ୩କୋଟି ୭୫ ଲକ୍ଷ ୧୩ ହଜାର ୩୦୨ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ମତଦାନ ଲାଗି ୪୫ ହଜାର ୩୪୧ ବୁଥ ହୋଇଛି ।  ଏହି ପର୍ଯ୍ୟାୟରେ ମୋଟ ୧,୩୧୪ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ ।

ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ବୁଧବାର ସନ୍ଧ୍ୟା ସୁଦ୍ଧା ଡେସ୍‌ପ୍ୟାଚ୍‌ ସେଣ୍ଟରରୁ ଇଭିଏମ୍‌, ଭିଭିପାଟ୍‌ ଏବଂଅନ୍ୟ ନିର୍ବାଚନୀ ସାମଗ୍ରୀ ଆସି ପହଞ୍ଚିଯିବ । ନିର୍ବାଚନ କମିଶନଏହି ପର୍ଯ୍ୟାୟରେ ୬ଟି ବିଧାନସଭା ଆସନର ମତଦାନ ସମୟକୁ ୧ଘଣ୍ଟା ଲେଖାଏଁ କମାଇ ଦେଇଛନ୍ତି । ଏହି ଆସନଗୁଡ଼ିକର ୨,୧୩୫ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ଜାରି ରହିବ । ବାକି ଆସନଗୁଡ଼ିକରେ ସକାଳ ୭ରୁ ସନ୍ଧ୍ୟା ୬ଟାଯାଏ ଭୋଟ ପଡ଼ିବ । ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଅକ୍ଟୋବର୧୦ରେ ଗେଜେଟ୍‌ ବିଜ୍ଞପ୍ତି ଜାରି ହୋଇଥିଲା । ଅକ୍ଟୋବର ୧୦ରୁ୧୭ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିଥିଲା । ପ୍ରାର୍ଥିପତ୍ର ଦାଖଲରଶେଷ ତାରିଖ ଅକ୍ଟୋବର ୨୦ ଥିଲା । ୧୨୧ ଆସନ ଲାଗି ପ୍ରଥମେ୨,୪୯୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଯାଞ୍ଚ ପରେ ୧,୯୩୯ ଜଣଙ୍କୁ ବୈଧ ଦର୍ଶାଯାଇଥିଲା । ନାମାଙ୍କନ ପ୍ରତ୍ୟାହାର ପରେ ଦୌଡ଼ରେ ୧,୩୧୪ ପ୍ରାର୍ଥୀ ରହିଯାଇଛନ୍ତି । ନଭେମ୍ବର ୧୧ରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ବଳକା ୧୨୨ ଆସନରେ ମତଦାନ ହେବ । ନଭେମ୍ବର ୧୪ରେ ଭୋଟ ଗଣତି ହେବ ।ଶେଷଦିନରେ ଦଳଗୁଡ଼ିକ ଆଜି ଜୋରଦାର ପ୍ରଚାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେରା ବୁଥ୍‌ ସବ୍‌ସେମଜବୁତ’ କାର୍ଯ୍ୟକ୍ରମରେ ବିହାରର ମହିଳା କାର୍ଯ୍ୟକର୍ତ୍ତାଙ୍କ ସହବାର୍ତ୍ତା କରିଛନ୍ତି । ମୋଦି କହିଛନ୍ତି, ମୁଁ ଏହି ନିର୍ବାଚନକୁ ଅତିନିକଟରୁ ଦେଖିଛି । ଗୋଟିଏ କଥା ମୁଁ କହିପାରିବି ଯେ ଏନ୍‌ଡିଏ ବିପୁଳ ବହୁମତରେ ଜିତିବ । ଏନ୍‌ଡିଏର ବିଜୟକୁ ନେଇ ମୋର କୌଣସି ସନ୍ଦେହ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିର୍ବାଚନରେ ଯେଉଁମାନେ ଛଟ୍‌ ମାଆଙ୍କୁ ଅପମାନିତ କରିଛନ୍ତି ଏବଂ ବିହାରକୁ ଯେଉଁମାନେ ଜଙ୍ଗଲରାଜ ଦେଇଛନ୍ତି, ସେମାନେ ଅମାନତ ହରାଇବେ । ଏହି ସମୟରେ ଜଣେ ମହିଳା କହିଥିଲେ, ଆମରପୂର୍ଣ୍ଣ ବିଶ୍ୱାସ ଯେ ଏଥର ବିହାର ରେକର୍ଡ ଭାଙ୍ଗିବ । ଏନ୍‌ଡିଏକୁ୨୨୫ ଆସନ ମିଳିବ । ମୋଦି କହିଥିଲେ, ଆଜି ବିହାରରେବିକାଶ ହେଉଛି । ଏନ୍‌ଡିଏକୁ ଜିତାଇବା ପାଇଁ ରାଜ୍ୟବାସୀ ସ୍ଥିର କରିସାରିଛନ୍ତି । ଏଥର ୨୦ ବର୍ଷର ରେକର୍ଡ ଭାଙ୍ଗିବ ।

ଜଙ୍ଗଲରାଜ କରିଥିବା ଲୋକଙ୍କୁ ବଡ଼ ପରାଜୟ ମିଳିବ । ସେପଟେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆର୍‌ଜେଡିନେତା ତେଜସ୍ୱୀ ଯାଦବ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ବଡ଼ଘୋଷଣା କରିଛନ୍ତି । କହିଛନ୍ତି, ଏଥର ଆମ ସରକାର ଗଠନ  ହେଲେ, ମାଆ ଓ ଭଉଣୀଙ୍କ ଖାତାକୁ ବର୍ଷକର ସମସ୍ତ ୩୦ ହଜାରଟଙ୍କା ଏକକାଳୀନ ପ୍ରଦାନ କରାଯିବ । ‘ମାଆ ବହନ ଯୋଜନା’ରେଆର୍‌ଜେଡି ମାସକୁ ଅଢ଼େଇ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତିଦେଇଛି । ତେଜସ୍ୱୀ କହିଛନ୍ତି, ସରକାର ଗଠନ ହେବା ପରେଜାନୁଆରୀ ୧୪ରେ ଆମ ସରକାର ବର୍ଷକର ଟଙ୍କା ଏକକାଳୀନଦେବ । ଏଥିସହ ଜୀବିକା ଦିଦି କମ୍ୟୁନିଟି ମୋବିଲାଇଜରଙ୍କୁ ସ୍ଥାୟୀକରାଯିବ । ସେମାନଙ୍କୁ ମାସିକ ୨ ହଜାର ଟଙ୍କା ଦିଆଯିବ । ତେଜସ୍ୱୀଆଜି ସହର୍ସାରେ ୩ଟି ଓ ମଧେପୁରାରେ ୨ଟି ଜନସଭା କରିଥିଲେ ।