ନୂଆଦିଲ୍ଲୀ,୨୨/୦୯: ଆଜିଠୁ ସାରା ଦେଶରେ ଜିଏସ୍‌ଟି ୨.୦ ଲାଗୁ ହୋଇଛି। ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଛି । ଏଣିକି କେବଳ ୫% ଓ ୧୮% ଜିଏସ୍‌ଟି ରହିଛି । ଅଧିକାଂଶ ସାମଗ୍ରୀର ଦରରେ ବ୍ୟାପକ ହ୍ରାସ ଘଟିଛି । ଫଳରେ ଏହାର ଲାଭ ସିଧାସଳଖ ଗ୍ରାହକଙ୍କ ପାଖକୁ ଯିବ । ଏହାର ଫାଇଦା ସବୁ ବର୍ଗର ଲୋକଙ୍କୁ ମିଳିବ । ତେ ସାମଗ୍ରୀ ଦର କମ୍ପାନି ଗୁଡ଼ିକ କମାଉଛନ୍ତି କି ନାହିଁ ସେ ଉପରେ ସରକାରଙ୍କ କଡ଼ା ନଜର  । ଜିଏସ୍‌ଟି  ଅଧିକାରୀମାନେ ବଜାର ଉପରେ ନଜର ରଖିବା ସହ ଲୋକମାନେ ଜିଏସ୍‌ଟି ହ୍ରାସ ସୁବିଧା ପାଉଛନ୍ତି କି ନାହିଁ ତାର ସମୀକ୍ଷା କରିବେ ।  କୌଣସି ବ୍ୟବସାୟୀମାନେ ବେଆଇନ କାର୍ଯ୍ୟକଳାପରେ ଜଡ଼ିତ ଥିଲେ ସରକାର ଜରିମାନା ଏବଂ ଜେଲ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ।  ଜିଏସ୍‌ଟି ଫିଲ୍ଡ ଅଧିକାରୀ ମାନେ ବଜାରରେ ଅଚାନକ ଏଭଳି ନିରୀକ୍ଷକ  କରିବେ ।

କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ଜାରି କରିଥିବା ଏକ ନୋଟିସ  ମୁତାବକ, ଦର ହ୍ରାସ ହୋଇଥିବା ୫୪ ସାମଗ୍ରୀର ଏକ ସୂଚୀ ପ୍ରସ୍ତୁତ  ହୋଇଛି । ଅଧିକାରୀଙ୍କୁ ଏହି ସୂଚୀ ପ୍ରଦାନ କରାଯାଇଛି । ପୂର୍ବ ଦର  ଏବଂ ହ୍ରାସ ହୋଇଥିବା ଦର ଉପରେ ଏହା ସମୀକ୍ଷା କରିବ । ବେଆଇନ  କାର୍ଯ୍ୟକଳାପ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।