ପୁରୀ,୧୦/୧୦ : ହୋଟେଲ ଭିତରେ ଜୁଆ ଖେଳ ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ୍ । ପୁରୀ ଚକ୍ରତୀର୍ଥ ରୋଡ଼ରେ ଥିବା ଏକ ହୋଟେଲରେ ଜୁଆ ଖେଳ ଚାଲିଥିବାବେଳେ ସମୁଦ୍ର କୂଳ ଥାନା ପୋଲିସ ଚଢ଼ଉ କରି ୯୦ ହଜାର ପାଞ୍ଚ ଶହ ଟଙ୍କା ଜବତ କରିଛି। ଏଥି ସହ ୬ଜଣକୁ ଗିରଫ କରିଛି ପୋଲିସ।
ଗିରଫମାନେ ହେଲେ ସନ୍ତୋଷ ରେଡ୍ଡୀ, ମନୋଜ ସ୍ବାଇଁ, ରାକେଶ ସେଠୀ, ଚିତ୍ରସେନ ସ୍ବାଇଁ ପଦ୍ମନାଭ ବେହେରା ଓ ଆଶିଷ ଖୁଣ୍ଟିଆ। ପୋଲିସ ଏମାନଙ୍କଠାରୁ ୫ଟି ମୋବାଇଲ ଫୋନ୍ ସହିତ ତିନୋଟି ତାସ୍ ଜବତ୍ କରିଛି। ସନ୍ଧ୍ୟାରେ ସମ୍ପୃକ୍ତ ହୋଟେଲରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ତୁରନ୍ତ ହୋଟେଲରେ ପୋଲିସ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ସମୁଦ୍ର କୂଳ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।