ନୂଆଦିଲ୍ଲୀ,୨୯।୯: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛି କାନାଡା। ଏହା ସହ କାନାଡା ସରକାର କହିଛନ୍ତି, ଏହି ଗୋଷ୍ଠୀ ଭାରତରେ ଅଛ ଓ ଏହାର ନେତା ଜେଲରେ ଥାଇ ବି ମୋବାଇଲରେ ଅପରାଧ କରୁଛି। ଗତ ବର୍ଷ କାନାଡା ପୋଲିସ କହିଥିଲା ଭାରତ ଏହି ଗୋଷ୍ଠୀକୁ କାନାଡାରେ ଖଲିସ୍ତାନ ସମର୍ଥକଙ୍କୁ ମାରିବା ଓ ଡରାଇବା ପାଇଁ ବ୍ୟବହାର କରୁଥିଲା। ଭାରତ ଏହାକୁ ଭୁଲ ବୋଲି କହିଛି ଓ କହିଛି ସେ କାନାଡା ସହ ମିଶିକି ଏହି ଗୋଷ୍ଠୀର ଫଣ୍ଡିଂ ଉପରେ ରୋକ ଲଗାଇଛି।

କେବଳ ଭାରତରେ ହିଁ ଲରେନ୍ସ ଗ୍ୟାଙ୍ଗର ୭୦୦ ସଦସ୍ୟ ରହିଛନ୍ତି, ଯେଉଁମାନେ ଡକାୟତିଠାରୁ ନେଇ ବଳପୂର୍ବକ ଟଙ୍କା ଆଦାୟ  ଓ ମନି ଲଣ୍ଡରିଂ ଭଳି ବେଆଇନ ଗତିବିଧିରେ ସାମିଲ ଅଛନ୍ତି। କାନାଡାରେ ଏପର୍ଯ୍ୟନ୍ତ ମୋଟ ୮୮ ଆତଙ୍କବାଦୀ ଗୋଷ୍ଠୀ ରହିଛି। ପୋଲିସ ଏହି ଗୋଷ୍ଠୀର ସମ୍ପତ୍ତିକୁ ଜବତ କରିପାରେ। ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

ଏବେ କାନାଡା ସରକାର ଏହି ଗୋଷ୍ଠୀର ସମ୍ପତ୍ତିକୁ ଜବତ କରିପାରେ। ତାଙ୍କ ବ୍ୟାଙ୍କ ଖାତାକୁ ବନ୍ଦ କରିପାରେ। ଏଭଳି ତାଙ୍କ ଅପରାଧକୁ ରୋକିବା ପାଇଁ ମଧ୍ୟ ସାହାର୍ଯ୍ୟ ମିଳିପାରିବ। ତେବେ ଏକ୍ସପର୍ଟଙ୍କ କହିବା ଅନୁସାରେ, ଏହି ଗୋଷ୍ଠୀ ଉପରେ କଟକଣା ଲଗାଇବା କଷ୍ଟକର ହେବ। କାରଣ କାନାଡା ପାଖରେ ତାଙ୍କର ସୂଚନା ଏକାଠି କରିବାର ଶକ୍ତି କମ୍ ରହିଛି। କାନାଡା ସରକାର ଏକ ବୟାନ ଜାରି କରି କହିଛନ୍ତି, କାନାଡାରେ ଆତଙ୍କ ଓ ହିଂସାର କୌଣସି ସ୍ଥାନ ନାହିଁ। କାନାଡାର ମନ୍ତ୍ରୀ ଗୈରି ଅନନ୍ଦସଙ୍ଗରୀ କହିଛନ୍ତି, ପ୍ରତ୍ୟେକଙ୍କୁ ନିଜ ଘର ଓ ସମାଜରେ ସୁରକ୍ଷିତ ଅନୁଭବ କରିବାର ଅଧିକାର ରହିଛି। ଏହି ନିଷ୍ପତ୍ତି ଦ୍ବାରା ଆମକୁ ବିଷ୍ଣୋଇ ଗ୍ୟାଙ୍ଗକୁ ରୋକିବାରେ ସାହାଯ୍ୟ ମିଳିବ। ଖଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାଙ୍କ ସାଥୀଙ୍କ ନାଁ ସାମନାକୁ ଆସିଥିଲା। ଏହି ଯାଞ୍ଚ ଟ୍ରୁଡୋ ସରକାର କରିଥିଲେ। ଏହାପରେ ଭାରତ ଓ କାନାଡାର ସମ୍ପର୍କରେ ତିକ୍ତତା ଆସିଥିଲା। ​​​​​​​