ଭୁବନେଶ୍ବର, ୩୦।୧୦ : କଲେଜ ଓ ବିଶ୍ବବିଦ୍ୟାଳୟର କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରତି କ୍ୟାମ୍ପସରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ୍ ଇନ୍ସପେକ୍ଟର। କଲେଜ ଓ ବିଶ୍ବବିଦ୍ୟାଳୟର ଜଣେ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଦିଆଯିବ ଦାୟିତ୍ବ । ଏ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସପ୍ତାହେ ବ୍ୟାପୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଏ ନେଇ ହେବ ଆଲୋଚନା। ଯୋଗ, ଛାତ୍ରଛାତ୍ରୀ ଶାରୀରିକ ଦକ୍ଷତା, ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ବ ଦିଆଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି।