ଅତାବିରା, ୧୭।୩ :  ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ। ଶାଳକକୁ ପିଟି ପିଟି ମାରିଲା ଭିଣୋଇ l ବରଗଡ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ହାଇସ୍କୁଲ ପଡ଼ାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା l ଅଭିଯୁକ୍ତ ଭିଣୋଇ ଶୁକଦେବ ମହାନନ୍ଦ ଶାଳକ ସୁଦୀପ ବାଗଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି l

ଅଭିଯୁକ୍ତ ଶୁକଦେବ ୫ ବର୍ଷ ହେବ ନିଜ ପରିବାର ସହ ଶଶୁର ଘରେ ରହି ଆସୁଥିଲା। ଆଜି ମଧ୍ୟାହ୍ନ ସମୟରେ ଶଳା ଭିଣୋଇଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ଭିଣୋଇ ଏକ କାଠ ଫାଳିଆରେ ଶାଳକକୁ ପିଟି ପିଟି ମାରିଦେଇ ଘର ସମ୍ମୁଖରେ ପକାଇ ଫେରାର ମାରିଥିଲା। ଘରେ ଥିବା ଅଭିଯୁକ୍ତର ନାବାଳିକା ଝିଅ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ପରେ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳକୁ ଆସି ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଜାରି ରଖିଛି।