ଭୁବନେଶ୍ବର, ୧୨/୦୯: ଆଇଏଏସ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ଆଇଏଏସ ସ୍ତରରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଆଇଏଏସ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ସମ୍ପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଦାୟିତ୍ବ ମିଳିଛି । ସେ ଓମଫେଡ୍‌ର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ । ବିଜୟ ଅମୃତ କୁଲେଙ୍ଗେ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଏବଂ ବିଏମଲି କମିଶନର ଭାବେ ଦାୟିତ୍ବ ତୁଲାଇଥିଲେ । ସେହିପରି ଆଇଏଏସ ଅଞ୍ଜନା ପଣ୍ଡା ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଆଇଏଏସ ପ୍ରେମଜିତ୍ ନାୟକଙ୍କୁ SC/ST ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଏବଂ  ପି. ଅନ୍ୱେଷା ରେଡ୍ଡୀଙ୍କୁ ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ କଟକର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

IAS LETTER​​​​​​​