ଭୁବନେଶ୍ୱର ୧୦/୦୧: ଯଦି ଆପଣ ଲାଲ୍‌ ରଙ୍ଗର କପ୍‌ରେ କଫି ପିଉଛନ୍ତି, ତେବେ ଏହାର ସ୍ୱାଦ ଅଲଗା ହୋଇଥାଏ । ଠିକ୍‌ ସେହିପରି ସବୁଜ କିମ୍ବା ହଳଦିଆ ମଗ୍‌ରେ କଫି ପିଇଲେ ମଧ୍ୟ ସ୍ୱାଦ ବଦଳିଥାଏ । ଭାରତ ହେଉ ଅବା ଆମେରିକା କଫି ଏକ ଶାନଦାର୍‌ ପାନୀୟ, ଯାହାକୁ ବିଶ୍ୱର ପ୍ରାୟ ଦେଶର ଲୋକମାନେ ପିଇବାକୁ ପସନ୍ଦ କରିଥାନ୍ତି । ଚା’ ତୁଳନାରେ କଫି ସ୍ୱାସ୍ଥ୍ୟ ପାଇଁ ହିତକର । କଫି ପିଇବା ପାଇଁ ବହୁ ଲୋକ ଭିନ୍ନ ଭିନ୍ନ କପ୍‌ ଚୟନ କରିଥାନ୍ତି । ଏହାକୁ ନେଇ ଏକ ସର୍ଭେ ମଧ୍ୟ କରାଯାଇଥିଲା, ଯାହାର ରୋଚକ ତଥ୍ୟ ସାମ୍‌ନାକୁ ଆସିଛି । କପ୍‌ର ରଙ୍ଗ ବଦଳିଲେ ବଦଳିଯାଏ ସ୍ୱାଦ । 

ସ୍ୱାଦରେ କାହିଁକି ଆସେ ଅନ୍ତର?

ନ୍ୟୁଟ୍ରିସନିଷ୍ଟଙ୍କ ମତରେ ଲାଲ୍‌ କପ୍‌ରେ କଫିର ସ୍ୱାଦ ହଳଦିଆ କପ୍‌ର ସ୍ୱାଦଠାରୁ ଭିନ୍ନ । ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ ଏହାର ସିଧାସଳଖ ସଂଯୋଗ ଆମ ମସ୍ତିଷ୍କ ସହ ରହିଛି । ମସ୍ତିଷ୍କ କଫି କପ୍‌ର ରଙ୍ଗ ଅନୁସାରେ ଦେଇଥାଏ ଅଲଗା ଅଲଗା ପ୍ରତିକ୍ରିୟା । ମସ୍ତିଷ୍କ କଫିର ସ୍ୱାଦକୁ କପ୍‌ ସହ ଯୋଡିଥାଏ । 

କେଉଁ ରଙ୍ଗରୁ କି ସ୍ୱାଦ :

ବିଶେଷଜ୍ଞଙ୍କ ଅନୁସାରେ ଲାଲ୍‌ ଓ ଗୋଲାପୀ ରଙ୍ଗର କଫି କପ୍‌ ମିଠା ଓ ରସୁଆଳ ସ୍ୱାଦ ଦେଇଥାଏ । ସେହିପରି ସବୁଜ ଓ ହଳଦିଆ କଫି କପ୍‌ରେ କଫି ଖଟା ଲାଗିଥାଏ । ବାଇଗଣୀ ମଗ୍‌ରେ କଡା ଲାଗୁଥିବା ବେଳେ ଧଳା କପ୍‌ରେ ଷ୍ଟଙ୍ଗ୍‌ ଲାଗିଥାଏ କଫିର ସ୍ୱାଦ ।