ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କପ୍‌ର ରଙ୍ଗ ବଦଳିଲେ ବଦଳିଯାଏ କଫିର ସ୍ୱାଦ, ସର୍ଭେରୁ ଖୁଲାସା

Published By : Krishna Priya | January 10, 2025 11:03 AM

ଭୁବନେଶ୍ୱର ୧୦/୦୧: ଯଦି ଆପଣ ଲାଲ୍‌ ରଙ୍ଗର କପ୍‌ରେ କଫି ପିଉଛନ୍ତି, ତେବେ ଏହାର ସ୍ୱାଦ ଅଲଗା ହୋଇଥାଏ । ଠିକ୍‌ ସେହିପରି ସବୁଜ କିମ୍ବା ହଳଦିଆ ମଗ୍‌ରେ କଫି ପିଇଲେ ମଧ୍ୟ ସ୍ୱାଦ ବଦଳିଥାଏ । ଭାରତ ହେଉ ଅବା ଆମେରିକା କଫି ଏକ ଶାନଦାର୍‌ ପାନୀୟ, ଯାହାକୁ ବିଶ୍ୱର ପ୍ରାୟ ଦେଶର ଲୋକମାନେ ପିଇବାକୁ ପସନ୍ଦ କରିଥାନ୍ତି । ଚା’ ତୁଳନାରେ କଫି ସ୍ୱାସ୍ଥ୍ୟ ପାଇଁ ହିତକର । କଫି ପିଇବା ପାଇଁ ବହୁ ଲୋକ ଭିନ୍ନ ଭିନ୍ନ କପ୍‌ ଚୟନ କରିଥାନ୍ତି । ଏହାକୁ ନେଇ ଏକ ସର୍ଭେ ମଧ୍ୟ କରାଯାଇଥିଲା, ଯାହାର ରୋଚକ ତଥ୍ୟ ସାମ୍‌ନାକୁ ଆସିଛି । କପ୍‌ର ରଙ୍ଗ ବଦଳିଲେ ବଦଳିଯାଏ ସ୍ୱାଦ । 

ସ୍ୱାଦରେ କାହିଁକି ଆସେ ଅନ୍ତର?

ନ୍ୟୁଟ୍ରିସନିଷ୍ଟଙ୍କ ମତରେ ଲାଲ୍‌ କପ୍‌ରେ କଫିର ସ୍ୱାଦ ହଳଦିଆ କପ୍‌ର ସ୍ୱାଦଠାରୁ ଭିନ୍ନ । ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ ଏହାର ସିଧାସଳଖ ସଂଯୋଗ ଆମ ମସ୍ତିଷ୍କ ସହ ରହିଛି । ମସ୍ତିଷ୍କ କଫି କପ୍‌ର ରଙ୍ଗ ଅନୁସାରେ ଦେଇଥାଏ ଅଲଗା ଅଲଗା ପ୍ରତିକ୍ରିୟା । ମସ୍ତିଷ୍କ କଫିର ସ୍ୱାଦକୁ କପ୍‌ ସହ ଯୋଡିଥାଏ । 

କେଉଁ ରଙ୍ଗରୁ କି ସ୍ୱାଦ :

ବିଶେଷଜ୍ଞଙ୍କ ଅନୁସାରେ ଲାଲ୍‌ ଓ ଗୋଲାପୀ ରଙ୍ଗର କଫି କପ୍‌ ମିଠା ଓ ରସୁଆଳ ସ୍ୱାଦ ଦେଇଥାଏ । ସେହିପରି ସବୁଜ ଓ ହଳଦିଆ କଫି କପ୍‌ରେ କଫି ଖଟା ଲାଗିଥାଏ । ବାଇଗଣୀ ମଗ୍‌ରେ କଡା ଲାଗୁଥିବା ବେଳେ ଧଳା କପ୍‌ରେ ଷ୍ଟଙ୍ଗ୍‌ ଲାଗିଥାଏ କଫିର ସ୍ୱାଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.