ଅଟାୱା,୩୧/୧୦: କାନାଡାରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ  ଆରବି ସିଂ ସଗ୍‌ଓ(୫୫)ଙ୍କୁ ପିଟିପିଟି  ହତ୍ୟା କରାଯାଇଛି । ପୁଲିସ ତାଙ୍କୁ  ଅଚେତ ଅବସ୍ଥାରେ ଉଦ୍ଧାର କରି  ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ୫ ଦିନ  ଧରି ଚିକିତ୍ସିତ  ହେବା ପରେ  ହସ୍ପିଟାଲରେ  ତାଙ୍କର ମୃତ୍ୟୁ ଘଟିଛି। 

ସଗ୍‌ଓ ତାଙ୍କ  ପ୍ରେମିକାଙ୍କ  ସହ ରାତିରେ  ଖାଇବା ସାରି ନିଜ ଗାଡ଼ି ପାଖକୁ  ଫେରୁଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ କାର୍‌ ଉପରେ ପରିସ୍ରା  କରୁଥିବା ଦେଖିବାକୁ ପାଇଥିଲେ । ସଗ୍‌ଓ ତାଙ୍କୁ ଅଟକାଇବାରୁ ବ୍ୟକ୍ତି ଜଣକ ତାଙ୍କ  ଉପରେ ଆକ୍ରମଣ କରିଥିଲେ । ଗଭୀର  ଆଘାତ ଲାଗିବା ପରେ ସଗ୍‌ଓ ତଳେ  ପଡ଼ି ଅଚେତ ହୋଇଯାଇଥିଲେ । ଏହି  ଘଟଣାରେ ଅଭିଯୁକ୍ତ ୪୦ ବର୍ଷୀୟ କାଇଲ  ପାପିନଙ୍କୁ ଗିରଫ କରାଯାଇଛି