ଜଳେଶ୍ୱର, ୦୫/୦୯: ଜଳକା ନଦୀରେ ପୁଣି ବନ୍ୟା ହୋଇଛି । ଉପର ମୁଣ୍ଡରେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ୪ର୍ଥ ଥର ବନ୍ୟା ଆସିଛି । ବସ୍ତା ମଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିବା ବେଳେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ଜଳସ୍ତର ବଢ଼ି ୬. ୭୧ମିଟରରେ ପ୍ରବାହିତ ହେଉଛି । ବନ୍ୟା ଆସିବା ଫଳରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।