ମାଲକାନଗିରି,୨୯/୧୦ : ମାଲକାନଗିରି ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ପ୍ରାୟ ୧୭କୋଟିର ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହି ଗଞ୍ଜେଇ ଜବତ କରିଛି ମାଲକାନଗିରି ପୋଲିସ। ଜିଲ୍ଲାର ବାଲିମେଳା, ଚିତ୍ରକୋଣ୍ଡା ଓ କାଲିମେଳା ପୋଲିସ ପକ୍ଷରୁ ଏହି ଗଞ୍ଜେଇ ଜବତ କରଯାଇଥିଲା । ତେବେ ଏହି ଗଞ୍ଜେଇ ଗୁଡ଼ିକୁ ଚାଲାଣକାରୀମାନେ ବାହାର ରାଜ୍ୟକୁ ନେଉଥିବାର ସୂଚନା ମିଳିଛି ।
ଏ ନେଇ ବିଶେଷ ସୁତ୍ରରୁ ଖବରପାଇ ବିଭିନ୍ନ ପୋଲିସ ଥାନାର କର୍ମଚାରୀମାନେ ଚଢ଼ଉ କରି ଏହି ଗଞ୍ଜେଇ ଗୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି । ତେବେ ଏହା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଏ ନେଇ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ସୂଚନା ଦେଇଥିବା ସହ ପ୍ରାୟ ୧୬୦୦କେଜିରୁ ଊର୍ଦ୍ଧ୍ଵ କେଜିର ଗଞ୍ଜେଇ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି।