ଭଦ୍ରକ,୧୮/୯ :  ଅପହରଣଦିନ ପରେ ନାବାଳିକାର ଗଳିତ ମୃତଦେହ କେନାଲରୁ ଉଦ୍ଧାର । ଏକ ଘାସ ବୁଦା ଭିତରୁ ନାବାଳିକାର ଶବକୁ ଉଦ୍ଧାର କଲା ପୋଲିସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମିଳିଛି ଭଦ୍ରକ ଜିଲ୍ଲା ରାଧାନାଥପୁର ଅଞ୍ଚଳରେ ।

ସୂଚନା ଅନୁସାରେ, ଗତ ଶନିବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ନାବାଳିକା ଜଣଙ୍କୁ ଉଠାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ସଦର ଏସଡିପିଓଙ୍କ ସମେତ ବାସୁଦେବପୁର, ନାୟକାଣୀଡ଼ିହି, ଚୂଡ଼ାମଣି ଥାନାଧିକାରିଣୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ରବିବାରଠାରୁ ଭଦ୍ରକ ଏସପି ମନୋଜ ରାଉତ ଅପହୃତାଙ୍କ ପରିବାର ନିକଟରେ ପହଂଚି ସମସ୍ତ ତଥ୍ୟ ସଂଗ୍ରହ କରିବା ସ ସ୍ଥାନୀୟ ଦମକଳ ବାହିନୀ ଦ୍ୱାରା ଆଖପାଖରେ ଥିବା ପୋଖରୀ, ନଈ, ନାଳରେ ଖୋଜାଖୋଜି କରି ନିରାଶ ହୋଇଥିଲେ।

ଗତକାଲି ଉକ୍ତ ଘଟଣାକୁ ନେଇ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଘଟଣାସ୍ଥଳରେ ପହଂଚି ନିକଟରେ ଥିବା କୋଷ୍ଟ କେନାଲରେ ଭଦ୍ରକ ଓଡ୍ରାପ ଟିମ ଓ ବାସୁଦେବପୁର ଦମକଳବାହିନୀ ଦ୍ୱାରା ଖୋଜିବାକୁ ନିର୍ଦେଶ ଦେଇଥିଲେ। ଆଜି ସକାଳେ ଓଡ୍ରାପ ଟିମ ଓ ବାସୁଦେବପୁର ଦମକଳବାହିନୀ ପହଂଚି ଅପହୃତାଙ୍କ ଘରଠାରୁ ମାତ୍ରା ୫୦୦ମିଟର ଦୂରତାରେ ଥିବା କୋଷ୍ଟ କେନାଲରେ ଖୋଜାଖୋଜି କରୁଥିବା ସମୟରେ ଏକ ଘାସ ବୁଦା ଭିତରୁ ନାବାଳିକାର ଶବକୁ ଉଦ୍ଧାର କରିଥିଲେ। ଏହି ଶବ କେନାଲ ଆଡ଼ିରୁ ୧୯ଫୁଟ ଦୂରରେ ପଡ଼ିଥିଲା। ଖବରପାଇ ଡିଆଇଜି ପିନାକ ମିଶ୍ର, ଏସପି ମନୋଜ ରାଉତ ପହଁଚି ସାଇଣ୍ଟିଫିକ ଟିମ ସାହାଯ୍ୟରେ ଘଟଣାସ୍ଥଳରୁ କିଛି ନମୁନା ସଂଗ୍ରହ କରିବା ସ ଶବକୁ କଟକ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ହତ୍ୟା ପଛରେ ରହସ୍ୟ କଣ ରହିଛି ତାହା ଶବ ବ୍ୟବଛେଦ ପରେ ଜଣା ପଡିବ। ଅନ୍ୟପଟେ ଏହି ହତ୍ୟାକାରୀଙ୍କୁ ତୁରନ୍ତ ଦଣ୍ଡିତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।