ଭୁବନେଶ୍ବର,୫/୧୧ :  ନୂଆପଡ଼ାରେ ଗୁରୁବାର ହେଭିଓ୍ବେଟଙ୍କ ପ୍ରଚାର । ବିଜେପିର ଦୁଇ ମୁଖ୍ୟମନ୍ତ୍ରୀ କରିବେ ପ୍ରଚାର ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ​​​​ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଚାର କରିବେ । ଦିନ ୧୧ଟା ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନୂଆପଡ଼ା ବ୍ଲକ ପଞ୍ଚମପୁରଠାରେ ସାଧାରଣ ସଭାରେ ଯୋଗଦେବେ।

ସେହିପରି ଅପରାହ୍ନ ୨ ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ଉଦ୍ୟାନ ବନ୍ଧଠାରେ ପହଁଚିବେ। ସେଠାରୁ କୋମନା ଯାଇ ଅଢେଇ କିଲୋମିଟରର ରୋଡ଼ ଶୋ କରିବେ । ଏହାପରେ ସେଠାରେ ଜନ ସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ।